ସନଷ୍ଟାର ଟିଭି ବ୍ୟୁରୋ

ପିପିଲି:ବିଭିନ୍ନ ଦାବି ନେଇ ପୁରୀ ଜିଲ୍ଲା ପିପିଲି ଶାଖା ଓଡ଼ିଶା ମୋଟର ଚାଳକ ସଙ୍ଘ ପକ୍ଷରୁ ପିପିଲି ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏଥିରେ ଓଡ଼ିଶା ମୋଟର ଚାଳକ ସଙ୍ଘ ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାକର ମଲିକ ଯୋଗ ଦେଇ କାର୍ଯ୍ୟରତ ଡ୍ରାଇଭର ମାନଙ୍କ ବିଭିନ୍ନ ସମସ୍ୟା ଉପରେ ସାମ୍ବାଦିକ ସମ୍ମିଳନୀରେ ମାଧ୍ୟମରେ ସରକାର ଙ୍କ ନିକଟରେ ଦାବି ରଖିଥିଲେ।ଏଥିରେ ମୁଖ୍ୟତଃ ୪ଗୋଟି ଦାବି ରଖାଯାଇଛି ଯଥା
୧-ଡ୍ରାଇଭର ମାନଙ୍କୁ ଶ୍ରମ ବିଭାଗ ଦ୍ଵାରା ପଞ୍ଜିକୃତ କରିବା।
୨-ଡ୍ରାଇଭର କଲ୍ୟାଣ ଆଇନ ପ୍ରଣୟନ କରାଯାଇ କଲ୍ୟାଣ ପାଣ୍ଠି ଗଠନ କରାଯିବା।
୩-ସମସ୍ତ ପ୍ରକାର ସାମାଜିକ ସୁରକ୍ଷା ତଥା ଗୃହ ନିର୍ମାଣ ସ୍ୱାସ୍ଥ୍ୟ ସୁବିଧା,ପିଲା ଛୁଆ ମାନଙ୍କୁ ଶିକ୍ଷା ସୁବିଧା ଆଦି ପ୍ରତ୍ୟେକ ପଞ୍ଜିକୃତ ଡ୍ରାଇଭର ମାନଙ୍କୁ ଯୋଗାଇ ଦିଆଯିବା।
୪-ବଡ ବଡ ସହର ମାନଙ୍କରେ ବସଷ୍ଟାଣ୍ଡରେ ରାତ୍ରି କାଳୀନ ଗାଡିଚଳାଉଥିବା ଡ୍ରାଇଭର ମାନଙ୍କ ପାଇଁବିଶ୍ରାମ ଗୃହ ନିର୍ମାଣ କରାଯିବା ସଙ୍ଗେ ସଙ୍ଗେ ସମସ୍ତ ହାଲୁକା ଯାନ ପାର୍କିଙ୍ଗ ବ୍ୟବସ୍ଥା କରାଯିବା ସହିତ ଶୌଚାଳୟ ଏବଂ ବିଶ୍ରାମ କକ୍ଷ ର ସୁବିଧା ଆଦି କରିବା ପାଇଁ ସରକାର ଙ୍କ ନିକଟରେ ଦାବି ରଖାଯାଇଛି।ସେହିଭଳି ଅନ୍ୟ ନିର୍ଦ୍ଦିଷ୍ଟ ସଙ୍ଘ ଦ୍ୱାରା ବିଭିନ୍ନ ସମୟ ରେ ଡ୍ରାଇଭର ମାନଙ୍କୁ ଧମକ ଚମକ ଦେବା ରୁ ନିବୃତ୍ତ ରହି ସଠିକ ଦାବି ଉପସ୍ଥାପନା କରିବା ପାଇଁ ପରାମର୍ଶ ଦିଆଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସହିତ ପୁରୀ ଜିଲ୍ଲା ଓ ପିପିଲି ର ଅନେକ କାର୍ଯ୍ୟକର୍ତ୍ତା ଯୋଗ ଦେଇ ସମସ୍ତ ଦାବି ଗୁଡିକୁ ତୁରନ୍ତ ପୂରଣ ଲାଗି ସରକାରଙ୍କୁ ନିବେଦନ କରିଛନ୍ତି।(ରିର୍ପୋଟ: ନିଗମାନନ୍ଦ ଶର୍ମା)