ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରଭାବକୁ ଦେଖି ସ୍କୁଲ ଛୁଟି କରିବାକୁ ନିଷ୍ପତ୍ତି ନିଆଯାଇଛି। ଜୁନ ୬ ରୁ ୧୬ ଯାଏଁ ସ୍କୁଲ ବନ୍ଦକୁ ନେଇ ନିଷ୍ପତ୍ତି ନିଆଯାଇଛି। କରୋନା ପାଇଁ ରାଜ୍ୟରେ ପାଠ ପଢ଼ାରେ ବହୁ ବ୍ୟତିକ୍ରମ ହେଉଥିବାରୁ ଚଳିତ ବର୍ଷ ଖରାଛୁଟି କୁ କମ କରାଯାଇଛି। ସେହିପରି ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସକାଳୁଆ ସ୍କୁଲ ଜାରି ରହିବ। ମେ ପହିଲାରୁ ଜୁନ ୫ ପର୍ଯ୍ୟନ୍ତ ଏହି ପରି ସକାଳୁଆ ସ୍କୁଲ ରହିବ । ଏହାପରେ ବିଦ୍ୟାଳୟ ବନ୍ଦ ରହିବ। ଏହାପରେ ଏପ୍ରିଲ ୨୦ ରୁ ୩୦ ପର୍ଯ୍ୟନ୍ତ ପ୍ରଥମରୁ ନବମ ଶ୍ରେଣୀ ଲାଗି ନୁଆ ଆଡମିଶନ ଓ ରିଆଡମିଶନ ଚାଲୁ ରହିବ।