ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ରାଜ୍ୟ ସରକାର କରୋନା ପରେ ଶିକ୍ଷା କ୍ଷେତ୍ରରେ ଅଧିକ ପ୍ରାଧ୍ୟାନ୍ୟ ଦେଉଛନ୍ତି। ଗତ ଦୁଇ ବର୍ଷ ହେବ ପିଲାମାନେ ପାଠ ପଢ଼ାରେ ବହୁ କ୍ଷତି ସହିଛନ୍ତି। ତେବେ ବର୍ତ୍ତମାନ ରାଜ୍ୟରେ କରୋନାର ପ୍ରକୋପ ଟିକିଏ ସୁଧୁରିବା ପରେ ପିଲା ମାନେ ପୁଣିଥରେ ଚାଟଶାଳିକୁ ଫେରିଛନ୍ତି।

ଆଜି ଗଣଶିକ୍ଷା ମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ଏକ ବଡ ଘୋଷଣା କରିଛନ୍ତି। ଚଳିତବର୍ଷ ଠାରୁ ନମବ ଏବଂ ଦଶମ ଶ୍ରେଣୀ ପିଲା ମାନଙ୍କୁ ଦେବାକୁ ପଡିବ ପ୍ରାକ୍ଟିକାଲ ପରୀକ୍ଷା । ଯାହାକି ମୁଖ୍ୟତଃ ସିବିଏସି ଏବଂ ଆଇସିଏସି ପିଲାଙ୍କ ପାଠକ୍ରମର ଢ଼ଙ୍ଗ ଅଟେ। ନୂଆ ଶିକ୍ଷା ବର୍ଷକୁ ନେଇ ସମୀର ଦାଶ କହିଛନ୍ତି ଯେ ଏଥର ୧୦୦ ପ୍ରତିଶତ ସିଲାବସରେ ପିଲା ମାନଙ୍କର ପାଠପଢ଼ା ହେବ। କାରଣ କରୋନା ପାଇଁ ପିଲାମାନଙ୍କର ପାଠ୍ୟକ୍ରମକୁ ୩୦ପ୍ରତିଶତ ହ୍ରାସ କରାଯାଇଥିଲା।। ଏହାସହ ମେ ମାସରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।