ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଭାରତରେ ବର୍ତ୍ତମାନ ଇନ୍ଧନ ମୂଲ୍ୟ ଆକାଶ ଛୁଆଁ ରହିଥିବା ବେଳେ ଏହା ଉପରେ ଜନଅସନ୍ତୋଷ ପ୍ରକାଶ ପାଇଉଛି। ତେବେ ଏହାକୁ ନେଇ ଏପ୍ରିଲ୧୪ ରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହର୍ଦ୍ଦିପ ସିଂ ପୁରୀ ଏହି ପ୍ରସଙ୍ଗରେ ମୁହ ଖୋଲି କହିଛନ୍ତି ଯେ ବିଜେପି ଶାସିତ ରାଜ୍ୟଗୁଡ଼ିକ ଇନ୍ଧନ ଉପରେ ଭ୍ୟାଟ୍ ହ୍ରାସ କରାଯାଇନ୍ତି। ANI ସହିତ କଥାବାର୍ତ୍ତା ବେଳେ ମନ୍ତ୍ରୀ କହିଛନ୍ତି, “ଆମେ ପେଟ୍ରୋଲର ୮୫ ପ୍ରତିଶତ ବ୍ୟବହାର ଆମଦାନୀ କରୁ ଯେଉଁଥିରେ ଅନ୍ତର୍ଜାତୀୟ ମୂଲ୍ୟ, ବିନିମୟ ମୂଲ୍ୟ, ବୀମା ଏବଂ ଡିଲର କମିଶନ ଆଦି ଅନ୍ତର୍ଭୁକ୍ତ। କେନ୍ଦ୍ର ସରକାର ପେଟ୍ରୋଲ ଉପରେ ୫ ଟଙ୍କା ଏବଂ ଡିଜେଲ ଉପରେ ୧୦ ଟଙ୍କା ହ୍ରାସ କରିଛନ୍ତି। ବିଜେପି ଶାସିତ ରାଜ୍ୟଗୁଡ଼ିକ ଇନ୍ଧନ ଉପରେ ଭ୍ୟାଟ୍ ହ୍ରାସ କରାଯାଇନ୍ତି ଯାହା ଦ୍ବାରା ଦରରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି। ”