ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନିଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ( ଇଡି ) ଜେରା କରିଛି । ବେଆଇନ ବାଲି ଖନନ ମାମଲାରେ ଚନ୍ନିଙ୍କ ସମ୍ପୃକ୍ତିକୁ ନେଇ ଇଡି ତାଙ୍କୁ ୬ଘଣ୍ଟା କାଳ ଜେରା କରିଛି ବୋଲି ସୂଚନା ମିଳିଛି । ଜେରା ନିମନ୍ତେ ଚନ୍ନି ବୁଧବାର ଜଳନ୍ଧରସ୍ଥିତ ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ ଓ ବିଳମ୍ବିତ ରାତିରେ ସେଠାରୁ ଫେରିଥିଲେ । ଚନ୍ତି କହିଛନ୍ତି ଇଡି ଅଧିକାରୀମାନେ ତାଙ୍କୁ ଯେଉଁ ବିଷୟରେ ପ୍ରଶ୍ନ କଲେ ତାର ଉତ୍ତର ସେ ଦେଇଛନ୍ତି । ଦ୍ବିତୀୟ ବାର ହାଜର ନିମନ୍ତେ ତାଙ୍କୁ କୌଣସି ନୋଟିସ ଦିଆଯାଇ ନାହିଁ । ବେଵାନ ଅର୍ଥ ହେରଫେର ନିରୋଧ ଆଇନ ଅନୁଯାୟୀ ଚନ୍ନିଙ୍କ ବୟାନ ରେକର୍ଡ କରାଯାଇଛି । ଚନ୍ନିଙ୍କ ପୁତୁରା ଭୂପିନ୍ଦର ସିଂହ ଓରଫ ହନିଙ୍କୁ ବେଆଇନ ବାଲି ଖନନ ମାମଲାରେ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଫେବୃଆରୀ ୨୦ରେ ଗିରଫ କରାଯାଇଥିଲା । ତେବେଚନ୍ନି ମୁଖ୍ୟମନ୍ତ୍ରୀ ଥିବା ସମୟରେ ଚନ୍ନିଙ୍କପୁତୁରା ତାଙ୍କୁ ଭେଟିବା ପାଇଁ ତାଙ୍କ କାର୍ଯ୍ୟାଳୟକୁ ଆସୁଥିଲେ ତେଣୁ ଇଡି ତାଙ୍କୁ ଏହି ବାଲି ମାଫିଆ ଖନନ ରେ ତାଙ୍କର କିଛି ସମ୍ପୃକ୍ତି ଅଛିକି ନାହିଁ ବୋଲି ପ୍ରଶ୍ନ କରିଥିବାର ସୂଚନା ମିଳିଛି।