ସନଷ୍ଟାର ଟିଭି ବ୍ୟୁରୋ
ମହାରାଷ୍ଟ୍ର : ଆଜିକା ସମୟରେ ଆପଣଙ୍କ ସହ କେତେ ବେଳେ କଣ ହୋଇ ପାରେ ତାହାକୁ କେହି ବିଶ୍ବାସ କରିପାରିବେ ନାହିଁ। ସାମାନ୍ୟ ଛୋଟ ଛୋଟ କଥାର ପରିଣାମ ଭୟଙ୍କର ହେଉଛି। ତେବେ ସକାଳର ଚା ସହ ଜଳଖିଆ ପରସିନଥିବା ହେତୁ ଗୁଳିର ଶୀକାର ହୋଇଛନ୍ତି ଜଣେ ମହିଳା। ତେବେ ଏଭଳି ଅଭାବନୀୟ ଘଟଣା ଘଟଛି ମହାରାଷ୍ଟ୍ର ରେ। ଅଭିଯୁକ୍ତ ଜଣକ ହେଉଛନ୍ତି କାଶିନାଥ ପାଣଡୁରାଙ୍ଗ ପାଟିଲ। ସେ ତାଙ୍କ ବୋହୂଙ୍କ ଉପରକୁ ଗୁଳି କରିଛନ୍ତି। ଆଉ ଏଭଳି କରିବାର କାରଣ ହେଉଛି ସେ ତାଙ୍କୁ ସକାଳେ ଚା ସହିତ ଜଳଖିଆ ଦେଇନଥିଲେ। ଯାହଫଳରେ ଶ୍ବଶୁର ରାଗିଯାଇ ବୋହୂଙ୍କ ଉପରେ ଗୁଳି ଚଳାଇଲେ। ଗୁଳି ମହିଳାଙ୍କ ପେଟରେ ବାଜିବାରୁ ତାଙ୍କୁ ତୁରନ୍ତ ସହରର ଏକ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ସେଠାରେ ଚିକିତ୍ସତ ହେଉଛନ୍ତି । ଏହାପରେ ପୋଲିସ କାଶିନାଥଙ୍କୁ ଗିରଫ କରିବା ସହ ଅଧିକ ତଦନ୍ତ ଜାରି ରଖିଛନ୍ତି।(ରିର୍ପୋଟ:ସୋନାଲି)