ସନଷ୍ଟାର ଟିଭି ବ୍ୟୁରୋ

ନୂଆପଡା; ଖଡ଼ିଆଳ ବ୍ଲକ ଦୋହେଲ ପଡା ଗ୍ରାମରେ ନବକୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେଉଅଛି।ଏଥିପାଇଁ ୧୨ ତାରିଖରେ କଳସ ଯାତ୍ରା କରାଯାଇଥିଲା।ନିକଟସ୍ଥ ସୁନ୍ଦର ନଦୀରୁ ଜଳ ଆଣି ଯଜ୍ଞସ୍ଥଳରେ ଅଭିଷେକ କରାଯାଇଥିଲା।ବନ୍ଦନୀୟା ମାତା ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତାବ୍ଦୀ ଉପଲକ୍ଷେ ମହା ଯଜ୍ଞ ସହ ପ୍ରଜ୍ଞା ପୁରାଣ କଥାମୃତ ଅନୁଷ୍ଠିତ ହେଉଅଛି।ଆର୍ଯ୍ୟ ଧର୍ମର ଷୋଡଶ ସଂସ୍କାର, ବିବାହ ବ୍ରତ,କୁମାରୀ ବ୍ରତ, ଖଡ଼ି ଛୁଆଁ ଆଦି କାର୍ଯ୍ୟକ୍ରମ ଗାୟତ୍ରୀ ଧର୍ମର ବିଧି ଅନୁସାରେ କରିବାର ଲକ୍ଷ୍ୟ ରହିଛି। ।ହରିଦ୍ୱାରର ଗାୟତ୍ରୀ ପରିବାର ସହ ସ୍ଥାନୀୟ ଗାୟତ୍ରୀ ପରିବାର ଏଥିରେ ମୁଖ୍ୟ ଭୂମିକା ନିର୍ବାହ କରୁଛନ୍ତି।ଏହି କାର୍ଯ୍ୟକ୍ରମରେ ନୂଆପଡା ଓ ବଲାଙ୍ଗୀର ଜିଲ୍ଲାର ସହସ୍ରାଧିକ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଛନ୍ତି

ରିପୋର୍ଟ - ଶାମ୍ବ କୁମାର ସରାଫ