ସନଷ୍ଟାର ଟିଭି ବ୍ୟୁରୋ

ନୂଆପଡା; ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସିଙ୍ଗଝର ଗାଁ ରେ ସମ୍ବିଧାନ ପ୍ରଣେତା ବାବା ସାହେବ ଅମ୍ବେଦକର ଙ୍କ ୧୩୧ ତମ ଜନ୍ମ ଜୟନ୍ତି ହର୍ଷ ଉଲ୍ଲାସ ରେ ପାଳିତ ହୋଇଯାଇଛି, ସିଙ୍ଗଝର ହାଡିପାଗୁରୁ ସମାଜ ଦ୍ବାରା ଆୟୋଜିତ ଅମ୍ବେଦକର ଜୟନ୍ତି ରେ ସର୍ବ ପ୍ରଥମେ ଅମ୍ବେଦକର ସମାଜ ର ଜିଲ୍ଲା ସଭାପତି ବିଜୟ ସହିସ ଙ୍କ ନେତୃତ୍ବ ରେ ଶତାଧିକ ହାଡିପାଗୁରୁ ସମାଜ ର ନେତୃବୃନ୍ଦ ମାନେ ଏକ ଶୋଭାଯାତ୍ରା ମାଧ୍ୟମ ରେ ଆସି ପ୍ରଥମେ ଅମ୍ବେଦକର ଙ୍କ ପ୍ରତିମୃତ୍ତି ରେ ମାଲ୍ୟର୍ପଣ ଅର୍ପଣ କରି ଅମ୍ବେଦକର ଙ୍କ ଜୟଗାନ କରିଥିଲେ,ଏହା ପରେ ଆମ୍ବେଦକର ଙ୍କ ସଭାସ୍ଥଲି ରେ ସ୍ଥାନୀୟ ବୁଡାରଜା ଦେବତା ସହ ହାଡିପା ଗୁରୁ ଙ୍କୁ ଜିଲ୍ଲା ସଭାପତି ଓ ସମସ୍ତ ସଦସ୍ୟ ମାନେ ମିଲିତ ଭାବରେ ପୁଜା ପାଠ କରିଥିଲେ,

ଏହି ଅବସର ରେ ଜିଲ୍ଲା ହାଡିପାଗୁରୁ ସାଧାରଣ ସଂପାଦକ ମୁଲଚନ୍ଦ ସୁନା ଙ୍କ ସଭାପତିତ୍ବ ରେ ଏକ ସଭା ର ଆୟୋଜନ ହୋଇଥିଲା,ମଂଚ ର ଜିଲ୍ଲା ସଭାପତି ବିଜୟ ସହିସ ଙ୍କ ସମେତ ଜିଲ୍ଲା ଉପସଭାପତି ସୁରେନ୍ଦ୍ର କୁମାର,କୋମନା ବ୍ଲକ ସଭାପତି ରାମେଶ୍ବର ଲୁହା ଓ ସିନାପାଲି ର ସମାଜସେବୀ ଲୋଚନ ସାଗର ତଥା ସିଙ୍ଗଝର ଗାଁ ର ବୟୋଜେଷ୍ଟ ବାସୁଦେବ ସିନ୍ଦୁର ଓ ଖଡିଆଳ ର ଯୁବ ସମାଜସେବୀ ଅନିଲ ସିନ୍ଦୁର ପ୍ରମୁଖ ସମ୍ମାନୀତ ଅତିଥୀ ଭାବ ରେ ଯୋଗଦେଇଥିଲେ,ସମାଜ କୁ ଆଗେଇବା କୁ ହେଲେ ଶିକ୍ଷା ର ଦୀପ ପ୍ରତିଘରେ ଜଲେଇବା ନିହାତି ଆବଶ୍ୟକ ବୋଲି କହିଥିଲେ ସେହିଭଳି ଅନ୍ୟାନ୍ୟ ଅତିଥିମାନେ ଅମ୍ବେଦକର ଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ , ପରିଶେଷ ରେ ସିନାପାଲି ଯୁବ ସମାଜସେବୀ ଲୋଚନ ସାଗର ଧନ୍ୟବାଦ ଅର୍ପଣ କରିଥିଲେ

ରିପୋର୍ଟ - ଶାମ୍ବ କୁମାର ସରାଫ