ସନଷ୍ଟାର ଟିଭି ବ୍ୟୁରୋ
ନ୍ୟୁୟର୍କ ; ପ୍ୟାକ ହୋଇଥିବା ମେଟ୍ରୋ କାରରେ ୧୦ ଜଣଙ୍କୁ ଗୁଳି ଚଳାଇଥିବା ଅଭିଯୁକ୍ତକୁ ନ୍ୟୁୟକ ପୋଲିସ ଗିରଫ କିରିଛି ।ଜନତାଙ୍କ ମଧ୍ୟରେ ୩୩ ଟି ଗୁଳି ଚଳାଇବା ପୂର୍ବରୁ ଟ୍ରେନ ବ୍ରୁୁକଲିନ୍ ଷ୍ଟେସନକୁ ଯାଉଥିବା ବେଳେ ଦୁଇଟି ଧୁଆଁ କ୍ୟାଣ୍ଟର ବିସ୍ପୋରଣ କରିଥିବା ସନ୍ଦେହରେ ପୋଲିସ ୬୨ ବର୍ଷିୟ ଫ୍ରାଙ୍କ ଜେମ୍ସଙ୍କୁ ଗିରଫ କରିଥିଲେ ।ତେବେ ଏହି ଘଟଣାରେ କାହାରି ମୃତ୍ୟ ହୋଇନଥିବା ବେଳେ ଧୁଆଁ ଯୋଗୁଁ ୧୩ ଜଣ ଆହାତ ହୋଇଥିଲେ ।