ସନଷ୍ଟାର ଟିଭି ବ୍ୟୁରୋ
ମୁମ୍ବାଇ; ବହୁ ଚର୍ଚ୍ଚିତ ବଲିଉଡ ତାରକା ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ବାହାଘର କେଉଁ ତାରିଖରେ ହେବ ସେ ନେଇ ବହୁ କଳ୍ପନା ଜଳ୍ପନା ଜାରି ରହିଛି । ଫରାହ ଖାନ ଏବଂ ତାଙ୍କ ସାଙ୍ଗମାନଙ୍କ ଅଭିନନ୍ଦନ ବାର୍ତ୍ତାରେ ଆଲିଆ ଖୁସି ହୋଇଥିବାର ଦେଖାଯାଇଥିଲା । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି । ଭିଡିଓରେ ଫରାହ ଖାନ ଆଲିଆଙ୍କ ସହ ଏକ ଭିଡିଓ କଲରେ ଥିଲେ । ଆଲିଆଙ୍କ ଭାଇ ରାହୁଲ ଭଟ୍ଟ ବିବାହ ଏପ୍ରିଲ ୨୦ ରେ ହେବ ବୋଲି ସୂଚନା ଦେଇଛନ୍ତି, ସେପଟେ ସୂଚନା ଅନୁସାରେ ଆଜି ଆଲିଆ ଏବଂ ରଣବୀରଙ୍କ ମେହେନ୍ଦି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ ପର୍ଯ୍ୟନ୍ତ ବିବାହ ତାରିଖକୁ ଘୋଷଣା କରିନାହାଁନ୍ତି ଆଲିଆ ଓ ରଣବୀର
