ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଓଡ଼ିଶାର ରାଜଧାନୀ ଭୁବନେଶ୍ଵର ଇତିମଧ୍ୟରେ ୭୪ବର୍ଷ ଅତିକ୍ରମ କରି ୭୫ ବର୍ଷରେ ପାଦ ଥାପିଛି। ୧୯୪୮ ମସିହାରେ ଏହା ରାଜଧାନୀ ହୋଇଥିଲା। ଏହା ଭିତରେ ବହୁ କିଛି ସହିଛି ଭୁବନେଶ୍ବର। ଏହାସହ ବିକାଶର ସୂର୍ଯ୍ୟକିରଣ ମଧ୍ୟ ଦେଖିଛି, ସ୍ମାର୍ଟ ସିଟିର ମର୍ଯ୍ୟାଦା ମଧ୍ୟ ହାସଲ କରିଛି । ଆଜି ଭୁବନେଶ୍ବର ସାରା ବିଶ୍ବରେ ତାର ପରିଚୟ ତିଆର କରିପାରିଛି। କିନ୍ତୁ ଏବେ ମଧ୍ୟ ଏହି ଭୁବନେଶ୍ବର ବାସୀଙ୍କର ଦୁଃଖ ଦୂର ହୋଇ ପାରିଲା ନାହିଁ। ଆଜି ମଧ୍ୟ ଏଠାକାର ଲୋକ ଅନେକ କଷ୍ଟ ମଧ୍ୟରେ ନିଜର ଦିନ ଅତିବାହିତ କରୁଛନ୍ତି। ସବୁ ଠାରେ ପ୍ରଗତି ଦେଖା ଦେଇଛି ସତ ଆଜି ଯଦି ଆମେ ଶିକ୍ଷା କ୍ଷେତ୍ରରେ ଦେଖିବା ସ୍ବାସ୍ଥ୍ୟ କ୍ଷେତ୍ରରେ ଦେଖିବା ସବୁ ଠାରେ ବହୁତ କିଛି ଉନ୍ନତି ହୋଇଛି।ଏହାବାଦ ବି ଆମକୁ ଆହୁରି ଆଗକୁ ଯିବାକୁ ହେବ। ଆହୁରି ଅଧିକ ପଥ ଅନୁକ୍ରମ କରିବାକୁ ହେବ।
ତେବେ ଆଜି ରାଜଧାନୀ ଦିବସ ଅବସରରେ ପିଏମଜିରେ ପରେଡ ଅନୁଷ୍ଠିତ ହେବ। ଯେଉଁଥିରେ ଭୁବନେଶ୍ବରର ୭୨ଟି ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଏହି ପରେଡରେ ସାମିଲ ହେବେ। ଏହାସହ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।