ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ଅଭିନେତ୍ରୀ କାଜଲ ଅଗ୍ରୱାଲ ତାଙ୍କ ପ୍ରଥମ ଶିଶୁକୁ ସ୍ୱାଗତ କରିବାକୁ ଯାଉଛନ୍ତି।ସେ ଜାନୁଆରୀରେ ଗର୍ଭଧାରଣକୁ ନିଶ୍ଚିତ କରିଥିବା ଏହି ତାରକା, ମାତୃତ୍ୱ ପର୍ଯ୍ୟନ୍ତ ଯାତ୍ରା ଏବଂ ଏହା ସହ ଜଡିତ ସଂଘର୍ଷରୁ ଅନେକ କ୍ଲିପ ନିଜ ଶୋଶିଆଲ ମିଡିଆରେ ସେୟାରକରିଛନ୍ତି। ସେ ଅନେକ ଗ୍ଲାମରସ୍ ମାତୃତ୍ୱ ଶୁଟ୍ ରୁ ଚିତ୍ର ମଧ୍ୟ ପୋଷ୍ଟ କରିଛନ୍ତି। ଏହି ଫଟୋସୁଟରେ କାଜଲ ଏକ କଳା ରଙ୍ଗର ପୋଷାକ ପରିଧାନ କରିଥିବାର ଦେଖିବାକୁ ମିଳିଛନ୍ତି। ଯେଉଁଥିରେ କାଜଲ ଖୁବ ସୁନ୍ଦର ଦେଖାଯାଉଥିଲେ। କିଛି ପ୍ରଶଂସକ ମାନେ ତାଙ୍କର ଏହି ପୋଷ୍ଟରେ କମେଣ୍ଟ ଦେଇ କହିଛନ୍ତି ଯେ ତୁମ ହସ ବହୁତ ସୁନ୍ଦର। ଆଉକେହି କାଜଲଙ୍କୁ ଡିଜନିର ରାଣୀ ବୋଲି ମଧ୍ୟ କହିଛନ୍ତି।
ସୂଚନାମୁତାବକ କାଜଲ ଅଗ୍ରୱାଲ ଗୌତମ କିଚଲୁଙ୍କୁ ବିବାହ କରିଛନ୍ତି। ଅକ୍ଟୋବର ୩୦, ୨୦୨୦ ରେ ଏହି ଦମ୍ପତି ବିବାହ କରିଥିଲେ। ବିବାହ ପୂର୍ବରୁ ସେମାନେ ସାତ ବର୍ଷ ପାଇଁ ସର୍ବୋତ୍ତମ ବନ୍ଧୁ ଥିଲେ ଏବଂ ତିନି ବର୍ଷ ଡେଟ କରିବା ପରେ ସେମାନେ ବିବାହ କରିଥିଲେ।