ସନଷ୍ଟାର ଟିଭି ବ୍ୟୁରୋ
ମଧ୍ୟପ୍ରଦେଶ:ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନିର୍ଦ୍ଦେଶରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ରାମ ନବମୀ ଶୋଭାଯାତ୍ରାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବେଆଇନ କୋଠାକୁ ଭାଙ୍ଗି ମାଟିରେ ମିଶାଇଦେଇଛନ୍ତି। ପ୍ରାୟ ୪୫ ଘର ଏବଂ ଦୋକାନ ଉପରେ କର୍ତ୍ତୃପକ୍ଷ ବୁଲଡୋଜର ଚଳାଇଛନ୍ତି। ସୋମବାର ଦିନ ପ୍ରାୟ୧୬ ଟି ଘର ଏବଂ ୨୯ ଟି ଦୋକାନ ଭାଙ୍ଗି ଦିଆଯାଇଛି। ଇନ୍ଦୋରର ଡିଭିଜନାଲ କମିଶନର ପୱନ ଶର୍ମା କହିଛନ୍ତି, ରାମ ନବମି ଶୋଭାଯାତ୍ରାରେ ବେଳେ ପଥର ଖଣ୍ଡ ଫିଙ୍ଗିଛନ୍ତି। ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି। ଏହାସହ ୮୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଖାର୍ଗୋନରେ କର୍ଫ୍ୟୁ ଲାଗୁ କରାଯାଇଛି। ମୋହନ ଟକିଜ୍ ନିକଟରେ ଚାରିଟି ଘର ଏବଂ ତିନୋଟି ଦୋକାନ, ଖାସଖାସ ବାଡି ଅଞ୍ଚଳରେ ୧୨ ଟି ଘର ଏବଂ ୧୦ ଟି ଦୋକାନ, ଔରଙ୍ଗପୁରା ଅଞ୍ଚଳରେ ତିନୋଟି ଦୋକାନ ଏବଂ ତାଲାବ ଛକରେ ୧୨ ଟି ଦୋକାନ ଭଙ୍ଗାଯାଇଛି। ଏହାସହ ଖାର୍ଗୋନର ଗଣେଶ ମନ୍ଦିର ନିକଟରେ ପ୍ରାୟ ୧୬ଟି ବେଆଇନ ସ୍ଥାନ ଭାଙ୍ଗି ଦିଆଯାଇଛି।
ତେବେ ରବିବାର ଦିନ ଏହି ଘଟଣା ଘଟିଥିବା ବେଳେ ରାମ ନବମୀ ଶୋଭାଯାତ୍ରାରେ ପୋଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଏହି କାର୍ଯ୍ୟକୁ ନିନ୍ଦା କରିବା ସହ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।