ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ସର୍ବସାଧାରଣଙ୍କ ଲାଗି ଏପ୍ରିଲ ୧୮ରୁ ଖୋଲିବ ରାଜୀବ ଭବନ, ଲୋକସେବା ଭବନ ଏବଂ ଖାରବେଳ ଭବନ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ସୂଚନାମୁତାବକ ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ୁଥିବାରୁ ରାଜୀବ ଭବନ, ଲୋକସେବା ଭବନ ଏବଂ ଖାରବେଳ ଭବନ କୁ ବନ୍ଦ କରାଯାଇଥିଲା। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକମାନଙ୍କର ଆଗମନ ହେବା ଦ୍ବାରା କୋଭିଡ ସଂକ୍ରମଣ ବୃଦ୍ଧି ପାଇବାର ଆଶା ଥିଲା ତେଣୁ ଏଥିପାଇଁ ରାଜୀବ ଭବନ, ଲୋକସେବା ଭବନ ଏବଂ ଖାରବେଳ ଭବନ କୁ ଜଣସାଧାରଣଙ୍କ ପାଇଁ ବନ୍ଦ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ରାଜ୍ୟରେ କୋଭିଡ ସ୍ଥିତି ଭଲ ଅଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜୀବ ଭବନ, ଲୋକସେବା ଭବନ ଏବଂ ଖାରବେଳ ଭବନ ଖୋଲିବାକୁ ଅନୁମତି ଦିଆଯାଉଛି।