ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାମ ଲାଲ ଆନନ୍ଦ କଲେଜରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ସକାଳ ପ୍ରାୟ ୯ ଟା ସମୟରେ କଲେଜ ଅଡିଟୋରିୟମରୁ ଏହି ଅଗ୍ନିକାଣ୍ଡ ଘଟିଥିବାର ଅଧିକାରୀମାନେ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ କେହି ମୃତାହତ ହୋଇ ନାହାଁନ୍ତି ବୋଲି ସୂଚନାମିଳିଛି।
ନିଆଁକୁ ଆୟତ୍ତ କରିବା ପାଇଁ ପାଞ୍ଚଟି ଫାୟାର ଇଞ୍ଜିନକୁ ଉକ୍ତ ସ୍ଥାନକୁ ନିଆଯାଇଥିଲା। ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, “ଆରଏଲଏ କଲେଜ ଅଡିଟୋରିୟମରେ ଅଗ୍ନିକାଣ୍ଡ ବିଷୟରେ ସକାଳ ୮.୫୫ ରେ କଲ୍ ଗ୍ରହଣ କରାଯାଇଛି। ପାଞ୍ଚଟି ଅଗ୍ନିଶମ ଗାଡିକୁ ଉକ୍ତ ସ୍ଥାନକୁ ନିଆଯାଇଛି। ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି ବୋଲି ଅଧିକାରୀ କହିଛନ୍ତି।