ସନଷ୍ଟାର ଟିଭି ବ୍ୟୁରୋ
ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଦ୍ୟୁତ୍ ବିଭାଗର ଜଣେ କର୍ମଚାରୀ ଆତ୍ମହତ୍ୟା କରି ମୃତ୍ୟୁ ବରଣ କରିଥିବାର ବର୍ତ୍ତମାନ ଘଟଣା ସାମ୍ନାକୁ ଆସିଛି। ଉତ୍ତେଜିତ ଓ ଅପମାନିତ ହେବାପରେ, ୪୫ ବର୍ଷୀୟ ଗୋକୁଲ ପ୍ରସାଦ ଲାଖୀପୁରର ଜୁନିଅର ଇଞ୍ଜିନିୟର ଅଫିସ ବାହାରେ ନିଜ ଉପରେ ଡିଜେଲ ଢ଼ାଳି ନିଆଁ ଲଗାଇଦେଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ରବିବାର ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।
ତେବେ ଏଡଇ ଘଟଣାରେ ଜୁନିଅର ଇଞ୍ଜିନିୟର ନାଗେନ୍ଦ୍ର କୁମାର ଏବଂ ଜଣେ କିରାଣୀଙ୍କୁ ନିଲମ୍ବିତ କରାଇଛି ଏବଂ ପୋଲିସ ମାମଲା ରୁଜୁ କରଇଛି। ଗୋକୁଲ ପ୍ରସାଦ ନିଜକୁ ନିଆଁ ଲଗାଇ ଦେବା ପରେ ଏକ ଭିଡିଓରେ ସେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କରୁଥିବା ବେଳେ ତାଙ୍କୁ ଚରମ ପଦକ୍ଷେପକୁ ନେଇଥିବାର ବର୍ଣ୍ଣନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଜୁନିଅର ଇଞ୍ଜିନିୟର ଏବଂ ତାଙ୍କ ସହଯୋଗୀ ତାଙ୍କୁ ହଇରାଣ କରୁଥିଲେ ଏବଂ ସେ ପୋଲିସ ନିକଟରେ ପହଞ୍ଚିଥିଲେ ମଧ୍ୟ କୌଣସି ସାହାଯ୍ୟ ପାଇନଥିଲେ।
ଅନ୍ୟ ଏକ ଭିଡିଓରେ ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତ ଗତ ତିନି ବର୍ଷ ଧରି ଗୋକୁଲଙ୍କୁ ନିର୍ଯାତନା ଦେଉଥିଲା। ଏଥିପାଇଁ ସେ ଅବସାଦ ଭିତରକୁ ଗଲେ, ଔଷଧ ଖାଇବା ଆରମ୍ଭ କଲେ, କିନ୍ତୁ ସେମାନେ ତାଙ୍କୁ ରକ୍ଷା କଲେ ନାହିଁ। ତାଙ୍କୁ ଆଲିଗଞ୍ଜକୁ ସ୍ଥାନାନ୍ତର କରାଯାଇଥିଲା ଏବଂ ଯାତ୍ରା କରିବାରେ ସେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ତେଣୁ ସେ ଘରକୁ ସ୍ଥାନାନ୍ତର କରିବାକୁ କହିଥିଲେ। ସେମାନେ ତାଙ୍କୁ କହିଥିଲେ, ‘ତୁମ ପତ୍ନୀଙ୍କୁ ଆମ ସହିତ ଶୋଇବାକୁ ଦିଅ ତାହା ପରେ ଆମେ ତୁମକୁ ସ୍ଥାନାନ୍ତର କରିବୁ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ତାଙ୍କୁ ସାହାଯ୍ୟ କରିବାକୁ କେହି ଆଗକୁ ଆସିନାହାଁନ୍ତି। ସେ କହିଛନ୍ତି ଯେ ଜୁନିୟର ଇଞ୍ଜିନିୟର ସେଠାରେ ଠିଆ ହୋଇ ଦେଖୁଥିଲେ।
ବରିଷ୍ଠ ପୋଲିସ ଅଧିକାରୀ ସଞ୍ଜୀବ ସୁମନ କହିଛନ୍ତି, ଲାଇନମ୍ୟାନ ଅଭିଯୋଗ କରିଥିଲେ ଯେ ଜୁନିଅର ଇଞ୍ଜିନିୟର ଟଙ୍କା ମାଗିଥିଲେ ଏବଂ ଯେତେବେଳେ ସେ ସ୍ଥାନାନ୍ତର ପାଇଁ କହିଥିଲେ ତାଙ୍କୁ ଅଶ୍ଳୀଳ ଭାଷଣ ଦେଇଥିଲେ। ବର୍ତ୍ତମାନ ଆମେ ଏକ ମାମଲା ପଞ୍ଜୀକୃତ କରିଛୁ। ବିଭାଗ ସ୍ତରରେ ଜୁନିଅର ଇଞ୍ଜିନିୟରଙ୍କୁ ନିଲମ୍ବିତ କରାଯାଇଛି ଏବଂ ତଦନ୍ତ କରାଯାଇଛି। ଆତ୍ମହତ୍ୟା ଅଭିଯୋଗରେ ମାମଲା ରୁଜୁ ହୋଇଛି।