ସନଷ୍ଟାର ଟିଭି ବ୍ୟୁରୋ
ନୟାଗଡ଼ : ଓଡିଶା ପରମ୍ପରା ଯେପରି ଭିନ୍ନ ତାର ଖାଦ୍ୟମଧ୍ୟ ସେତିକି ସୁଆଦିଆ। ତେବେ ଓଡିଆମାନଙ୍କର ଘରେ ଘରେ ପରିଚିତ ଛେନା ପୋଡ। ଯାହାର ସ୍ବାଦକୁ କଥାରେ ପରିପ୍ରକାଶ କରିହେବ ନାହିଁ। ତେବେ ଆଜି ହେଉଛି ‘ ଛେନାପୋଡ଼ ଦିବସ ‘ । ନୟାଗଡ଼ ଛେନାପୋଡ଼କୁ ବିଶ୍ଵଦରବାରେ ପହଞ୍ଚାଇବାର ସୁଦୂର ପ୍ରସାରୀ ଉଦ୍ଦେଶ୍ୟ ରଖି ଏଭଳି ଦିବସ ପାଳନ କରାଯାଉଛି। ଛେନାପୋଡ଼ର ସ୍ରଷ୍ଟା ସ୍ୱର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମଦିନ ଅବସରରେ ଏଭଳି ଉତ୍ସବର ଆୟୋଜନ କରାଯାଇଛି । ଏହି ପରିପ୍ରେକ୍ଷୀରେ ନୟାଗଡ଼ ଛେନାପୋଡ଼ ବ୍ୟବସାୟୀମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଆୟୋଜିତ ହେବ ବୋଲି ସୂଚନାମିଳୁଛି । ତେବେ ପ୍ରତିଯୋଗିତାରେ ଯେଉଁମାନେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିବେ ସେହି ବ୍ୟବସାୟୀଙ୍କୁ ସମ୍ମାନିତ କରାଯିବ ବୋଲି କୁହାଯାଇଛି । ଏହି ଅବସରରେ ସ୍ଵର୍ଗତ ସାହୁଙ୍କ ଜନ୍ମଦିନକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଜନ୍ମଦିନ କେକ ଭଳି ଏକ ଛେନାପୋଡ଼ ତିଆରି କରାଯିବ। ତେବେ ଆଜିର କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବେ ବୋଲି ସୂଚନାମିଳିଛି। ଏହି ସମାରୋଧରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼.ଅରୁଣ କୁମାର ସାହୁ ସକାଳେ ଆଭାସି ମାଧ୍ୟମରେ ଏହି ଦିବସ ପାଳନ କରିବେ ବୋଲି ସୂଚନା ମିଳିଛି । ଛେନାପୋଡ଼ ନୟାଗଡ଼ ତଥା ଓଡ଼ିଶାର ନିଜସ୍ବ ଉତ୍ପାଦ ଏହା ସରକାରୀ ଭାବେ ପ୍ରମାଣିତ କରିବା ପାଇଁ ସମାଜସେବୀ ପ୍ରମୋଦ ପଟ୍ଟନାୟକ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଜିଆଇ ଟ୍ୟାଗ ପାଇବା ପାଇଁ ୨୦୧୭ ମସିହାରୁ ଉଦ୍ୟମ ଚଳାଇ ଆସିଛନ୍ତି ।