ସନଷ୍ଟାର ଟିଭି ବ୍ୟୁରୋ

ଉଦଳା: ବିଜ୍ଞାନ ସହିତ ଆମେ ସମସ୍ତେ ଜଡିତ। ତେଣୁ ବିଜ୍ଞାନ ବିନା ବର୍ତ୍ତମାନ ସମୟରେ କିଛି ବି ସମ୍ଭବ ନୁହେଁ। ବିଜ୍ଞାନ ଦ୍ବାରା ଆମେ କେଉଁ ସବୁ କାର୍ଯ୍ୟକୁ ଅତି ସହଜ ସହକାରେ ପ୍ରାପ୍ତ କରିପାରୁଛୁ ଏବଂ ଏହା ଦ୍ବାରା ଆମେ କିପରି ଆମର ଜୀବନକୁ ସରସ ସୁନ୍ଦର କରିପାରିବା ସେଥିପାଇଁ ବିଜ୍ଞାନ ମେଳା ଆୟୋଜନ କରାଯାଇଛି। ତେବେ ଉଦଳା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଛି । ଆୟୋଜିତ ଏହି ବିଜ୍ଞାନ ମେଳାରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଯାହାକି ବିଜ୍ଞାନ ସମ୍ବନ୍ଧୀୟ ଅନେକ ପ୍ରକଳ୍ପ ଏଥିରେ ଛାତ୍ରଛାତ୍ରୀମାନେ ପ୍ରଦର୍ଶନ କରିବା ସହିତ ମେଳା ବୁଲିବାକୁ ଆସୁଥିବା ବ୍ୟକ୍ତିବିଶେଷଙ୍କୁ ତାହା ବୁଝାଇ କହୁଥିଲେ। କିଭଳି ଭାବେ ବିଜ୍ଞାନ ସାହାର୍ଯ୍ୟରେ ପରିଷ୍କାର ପରିବେଶ ଏବଂ ପ୍ରଦୂଷଣ ମୁକ୍ତ ସମାଜ ଗଠନ କରାଯାଇପାରିବ ସେ ନେଇ ମଧ୍ୟ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ଉଦଳା ବ୍ଲକ ଅଧିନରେ ଥିବା ବିଭିନ୍ନ ହାଇସ୍କୁଲ ସମେତ ଅନ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ ।