ସନଷ୍ଟାର ଟିଭି ବ୍ୟୁରୋ

ଗୁଆହାଟୀ: ଆସାମ ପୋଲିସ ସୋମବାର ଆସାମର କୋକରାଜ ଜିଲ୍ଲା ଅନ୍ତର୍ଗତ ଅଲଟପାନି ଜଙ୍ଗଲରୁ ଏକ ବିରାଟ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି। କୋକରାଜ ପୋଲିସ ଦ୍ୱାରା କରାଯାଇଥିବା ଏକ ବଡ ଅପରେସନ୍ ପରେ ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରାଯାଇଛି। ପୋଲିସ ଗୋଟିଏ M16, ଗୋଟିଏ ସ୍ନାଇପର ରାଇଫଲ, ଗୋଟିଏ ଶିର୍ଲି ରାଇଫଲ, ଚାରିଟି AK-47 ଏବଂ 130 ରାଉଣ୍ଡ ଗୁଳି ଜବତ କରିଛି। ତେବେ ଆସାମ ପୋଲିସ ହାତରେ ଏହା ଏକ ବଡ ସଫଳତାଲାଗିଛି ବୋଲି କୁହାଯାଇଛି।