ସନଷ୍ଟାର ଟିଭି ବ୍ୟୁରୋ

ନୟାଗଡ଼ : ଆଜି ନୟାଗଡ ପାଇଁ ହେଉଛି ଗୌରବର ଦିନ। କାରଣଆଜି ହେଉଛି ‘ ଛେନାପୋଡ଼ ଦିବସ ‘ । ତେବେ ଆଜିର ଏହି ଦିନକୁ ପାଳନ କରିଛନ୍ତି ନୟାଗଡର ବିଧାୟକ ଡକ୍ଟର ଅରୁଣ ସାହୁ। ସେ ତାଙ୍କ ଝିଅ ସହ ଏକ ଛେନା ପୋଡ କାଟୁଥିବାର ଦେଖିବାକୁ ମିଳିଛନ୍ତି। ଏହାସହ ସବୁ ଓଡିଶାବାସୀଙ୍କୁ ଆଜିର ଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କର ଟ୍ବିଟର ପେଜରେ ଏନେଇ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ନୟାଗଡ଼ ଛେନାପୋଡ଼କୁ ବିଶ୍ଵଦରବାରେ ପହଞ୍ଚାଇବାର ସୁଦୂର ପ୍ରସାରୀ ଉଦ୍ଦେଶ୍ୟ ରଖି ଏଭଳି ଦିବସ ପାଳନ କରାଯାଉଛି। ଛେନା ପୋଡକୁ ବିଶ୍ବଦରବାରରେ ପହୁଞ୍ଚାଇବା ପାଇଁ ସମାଜସେବୀ ପ୍ରମୋଦ ପଟ୍ଟନାୟକ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଜିଆଇ ଟ୍ୟାଗ ପାଇବା ପାଇଁ ୨୦୧୭ ମସିହାରୁ ଉଦ୍ୟମ ଚଳାଇ ଆସିଛନ୍ତି ।