ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ:ସୋସିଆଲ ମିଡିଆରେ “କାଚା ବାଦାମ”ଭାଇରାଲ ହେବା ପରେ ଏବେ ପଶ୍ଚିମବଙ୍ଗର ଜଣେ ନିମ୍ବୁ ବିକାଳି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛନ୍ତି। ଯେଉଁଠି ସେ, ଏକ ଲେମ୍ବୁ ସୋଡା ବିକ୍ରେତାଙ୍କ ଶୈଳୀ ଲୋକମାନଙ୍କୁ ଖୁବ ଆକର୍ଷିତ କରିଛନ୍ତି।
ଖରା ଦିନରେ ଲେମ୍ପୁ ପାଣି ବହୁ ଲୋକଙ୍କର ଆବଶ୍ୟକ ହୋଇଥାଏ। ତେବେ ଏହି ବିକ୍ରତା ଲେମ୍ବୁ ବିକିବା ସହ ଗ୍ରୀଷ୍ମ ୠତୁରେ ପାନ କରିବାର ଉପକାରିତା ବିଷୟରେ କହିବାବେଳେ ଉପାଦାନଗୁଡ଼ିକୁ ମଧ୍ୟ ବର୍ଣ୍ଣନା କରନ୍ତି। ଏହି ଭିଡିଓକୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଭିନ୍ନ ବ୍ୟବହାରକାରୀଙ୍କ ଦ୍ୱାରା ସେୟାର କରାଯାଇଛି । ଏହାକୁ ବହୁଜଣ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହାସହ ଏହାକୁ ୯.୨୧ ଲକ୍ଷ ଥର ଦେଖାଯାଇଛି ଏବଂ ଏହା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।
ସୂଚନାମୁତାବକ ଜଣେ ଗ୍ରାହକ ବାଦାମ ବିକ୍ରି କରୁଥିବା ସମୟରେ ଏକ ଭିଡିଓ ସୁଟିଂ କରିବା ପରେ ଏହାକୁ ସୋସିଆଲ ମିଡିଆରେ ସେୟାର କରିବା ପରେ “କାଚା ବାଦମ” ଗୀତ ଭାଇରାଲ ହୋଇଥିଲା।ଏହି ଗୀତ ସାରା ବିଶ୍ୱରେ ଭାଇରାଲ ହେବା ପରେ କାଚାବାଦାମର ଗାୟକ ରାତା ରାତି ଭାଇରାଲ ହୋଇଯାଇଥିଲେ।