ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ:ଉତ୍ତର ପ୍ରଦେଶ ନିର୍ବାଚନରେ ପୂର୍ବରୁ କଂଗ୍ରେସ ସହ ମେଣ୍ଟ କରିବାକୁ ମାୟାବତୀଙ୍କୁ ବର୍ତ୍ତା ପଠାଇଥିଲେ ରାହୁଏ। ରାହୁଲ କହିଛନ୍ତି ମେଣ୍ଟ ଗଠନ ପାଇଁ ଆମେ ତାଙ୍କୁ ବାର୍ତ୍ତା ପଠାଇଥିଲୁ କିନ୍ତୁ ସେ କୌଣସି ପ୍ରତିକ୍ରିୟା ଦେଇନଥିଲେ। ଏଥର ସେ ଦଲିତ ସ୍ୱର ପାଇଁ ଲଢ଼ି ନାହାଁନ୍ତି କାରଣ ସେଠାରେ ସିବିଆଇ, ଇଡି (ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ) ଏବଂ ପେଗାସସ୍ ଡରରେ ଲଢ଼ିବାକୁ ଚାହୁଁ ନାହାନ୍ତି ବୋଲି ସେ ଚୁପ ରହିଛନ୍ତି।
କଂଗ୍ରେସ ଏବଂ ମାୟାବତୀଙ୍କ ବିଏସପି ୟୁପିରେ ଏକ ବଡ଼ ଧରଣର ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବାରୁ ବିଏସପି ମାତ୍ର ଗୋଟିଏ ଆସନ ପାଇବାରେ ସଫଳ ହୋଇଥିବାବେଳେ କଂଗ୍ରେସ ୪୦୩ଟି ବିଧାନସଭା ଆସନରୁ ୨ ଟି ଜିତିଛି। ରାହୁଲ କହିଛନ୍ତି ମାୟାବତୀ ଦଳିତଙ୍କୁ ସଶକ୍ତ କରିଛନ୍ତି।କିନ୍ତୁ ଆମେ ତାଙ୍କୁ ଯେତେ ବେଳେ ମେଣ୍ଟ କରିବା ପାଇଁ କହିଥିଲୁ ସେ ଆମକୁ ଉତ୍ତର ଦେଲେ ନାହିଁ। ଚୁପ ରହିଲେ। ତେବେ ଉତ୍ତରପ୍ରଦେଶରେ ଯଦି ବିଏସପି କଂଗ୍ରେସ ସହିତ ମେଣ୍ଟ କରିଥାଆନ୍ତା ତାହା ହେଲେ ସ୍ଥିତି କିଛି ଭିନ୍ନ ହୋଇଥାଆନ୍ତା ବୋଲି ରାହୁଲ କହିଛନ୍ତି।