ସନଷ୍ଟାର ଟିଭି ବ୍ୟୁରୋ

ନୂଆଦିଲ୍ଲୀ: ଗୁଜୁରାଟର ଜଣେ ବ୍ୟକ୍ତି କରୋନାଭାଇରସ୍ ଭାରିଆଣ୍ଟ XE ରେ ସଂକ୍ରମିତ ହୋଇଛନ୍ତି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ଏହାସହ ରାଜ୍ୟରେ ଏକ୍ସଏମ ଭାରିଆଣ୍ଟର ଗୋଟିଏ ମାମଲା ମଧ୍ୟ ଚିହ୍ନଟ ହୋଇଛି ବୋଲି ସେମାନେ କହିଛନ୍ତି।
ଏହି ସପ୍ତାହ ପୂର୍ବରୁ, ବିଦେଶୀ ଭ୍ରମଣରେ ଥିବା ଜଣେ ରୋଗୀ XE ଭାରିଆଣ୍ଟରେ ସଂକ୍ରମିତ ହୋଇଥିବାର ଜଣାଯାଇଛି କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ରିପୋର୍ଟକୁ ଅସ୍ୱୀକାର କରି କହିଛି ଯେ ବର୍ତ୍ତମାନ ଏହା ପ୍ରମାଣିତ ହୋଇନାହିଁ।ସୂଚନାମୁତାବକ କରୋନାର ଏହି ଭାରିଆଣ୍ଟ ପ୍ରଥମେ ମୁମ୍ବାଇରେ ଚିହ୍ନଟ ହୋଇଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତାଙ୍କର ଏହି ନମୁନା ପରୀକ୍ଷା କରିବା ପାଇଁ ପଠାଇଛି।