ସନଷ୍ଟାର ଟିଭି ବ୍ୟୁରୋ
ଶିମଲା: ହିମାଚଳ ପ୍ରଦେଶରେ ଆମ୍ ଆଦମୀ ପାର୍ଟି (ଏଏପି) ର ଗାଦି ହଲଚଲ ହୋଇଯାଇଛି। ଆପରୁ ଅନୁପ କେଶରୀ ଏବଂ ଆଉ ଦୁଇଜଣ ନେତା ବିଜେପିରେ ଯୋଗ ଦେଇଛନ୍ତି। ସେପଟେ ଆପର ନେତା ତଥା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ କହିଛନ୍ତି ଯେ ଶ୍ରୀ କେସାରୀ ମହିଳାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଛନ୍ତି ଏବଂ ତାଙ୍କୁ ଯେକୌଣସି ପ୍ରକାରରେ ଦଳରୁ ବହିଷ୍କାର କରାଯାଇଥାଆନ୍ତା।
ତେବେ ଦଳର ଜାତୀୟ ସଭାପତି ଜେ ପି ନାଡା ଏବଂ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଉପସ୍ଥିତିରେ ଶ୍ରୀ କେସରୀ ବିଜେପିରେ ଯୋଗ ଦେଇଛନ୍ତି। ପରେ ତାଙ୍କ ମନ୍ତବ୍ୟରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ବୁଧବାର ଦିନ ମାଣ୍ଡିରେ ଏକ ରୋଡ୍ ସୋ ସମୟରେ ପାର୍ଟି କର୍ମୀଙ୍କୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି।ହିମାଚଳ ପ୍ରଦେଶରେ ଗତ ଆଠ ବର୍ଷ ଧରି ଆମେ ଆପ ପାଇଁ ଅତ୍ୟଧିକ ସଚ୍ଚୋଟତା ଏବଂ ଉତ୍ସର୍ଗୀକୃତ ସହିତ ଘଣ୍ଟା ଘଣ୍ଟା କାମ କରୁଛୁ । ତେବେ ଅରବିନ୍ଦ କେଜ୍ରିୱାଲ ମାଣ୍ଡିରେ ଏକ ରାଲି ଓ ରୋଡ୍ ସୋ ପାଇଁ ଆସିବାବେଳେ ରାଜ୍ୟ ଦଳର କର୍ମୀଙ୍କୁ ଅଣଦେଖା କରିଥିଲେ ବୋଲି ଶ୍ରୀ କେସରୀ କହିଛନ୍ତି। ଏହାସହ ସେ କହିଛନ୍ତି ରୋଡ ସୋରେ ଗଲା ବେଳେ ଅରବିନ୍ଦ କେଜରିଓ୍ବାଲ ଆମକୁ ଗୋଟିଏ ଥର ମଧ୍ୟ ଦେଖିଲେ ନାହିଁ। ଆମେ ଏହି ୫ଦଳ ପାଇଁ ରାତି ଦିନ ପରିଶ୍ରମ କରିଛୁ କିନ୍ତୁ ଏହି ରୋଡ ଶୋ ରେ ମୁଖ୍ୟ ଆକର୍ଷଣ ଅରବିନ୍ଦ କେଜରିଓ୍ବାଏ ଆଉ ନବନିର୍ବାଚିତ ଭଗବତ ମନ ହିଁ ଥିଲେ। ଆପର ସାଧାରଣ ସମ୍ପାଦକ ଏବଂ ଉନା ଜିଲ୍ଲାର ୟୁନିଟ ମୁଖ୍ୟ ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି। ଆମେ ରୋଡ ଶୋରେ ଯେଉଁ ନିନ୍ଦା ସହିଲୁ ସେଥିପାଇଁ ଆମେ ବିଜେପିରେ ଯୋଗ ଦେବାକୁ ନିଷ୍ପତ୍ତି ନେଲୁ।