ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ:ସ୍ଵାସ୍ଥ୍ୟ ହର୍ମୋନ ସମସ୍ୟା ଯୋଗୁ କିଛି ମହିଳାଙ୍କ ଚେହେରାରେ ଅନାବଶ୍ୟକ ଭାବେ କେଶ ଉଠିଥାଏ । ଏହି କେଶ ଉଠିବା ପ୍ରକ୍ରିୟାକୁ ହିର୍ସୁଟିଜମ କୁହାଯାଏ । ଏମିତି ତ ଚେହେରା ଓ ଶରୀରରେ ହାଲୁକା ରଙ୍ଗର କେଶ ଉଠେ । କିନ୍ତୁ ହିର୍ସୁଟିଜମରେ ମୋଟା ଓ କଳା ରଙ୍ଗର କେଶ ଦେଖିବାକୁ ମିଳେ । ଏହି ଅନାବଶ୍ୟକ କେଶ ମୁହଁ , ହାତ , ପିଠି ବା ଶରୀରର କେତେକ ସ୍ଥାନରେ ଦେଖିବାକୁ ମିଳେ । ମହିଳାମାନଙ୍କ ମଧ୍ୟରେ ଦେଖାଯାଉଥିବା ହିର୍ସୁଟିଜମ ସାଧାରଣତଃ ପୁରୁଷ ହର୍ମୋନ ସହିତ ଜଡ଼ିତ ଥାଏ । ଏହା ହାନିକାରକ ନୁହେଁ । କାରଣ- ଟେଷ୍ଟୋଷ୍ଟେରୋନ ସହିତ ଏଣ୍ଡ୍ରୋଜେନ ହର୍ମୋନ ସାମାନ୍ୟ ସ୍ତରରୁ ଅଧିକ ହେଲେ ମହିଳାଙ୍କ ଶରୀରରେ ଏହିପରି ଅନାବଶ୍ୟକ କେଶ ବୃଦ୍ଧି ପାଏ। ଏହି କାରଣରୁ ମହିଳାଙ୍କ ଶରୀରରେ ପୁରୁଷଙ୍କ ପରି କେଶ ଉଠିଥାଏ । ତେବେ ହିର୍ସୁଟିଜମ ଅନେକ କାରଣ ଅଛି । କିନ୍ତୁ ସବୁଠାରୁ ସାଧାରଣ କାରଣ ହେଲା ପଲିସିଷ୍ଟିକ୍ ଓଭେରିଆନ ସିଣ୍ଡ୍ରୋମ । ଏହା ହର୍ମୋନ ପ୍ରଡକ୍ସନ , ପିରିୟଡ୍ସ ଓ ଫର୍ଟିଲିଟି ଉପରେ ମଧ୍ୟ ପ୍ରଭାବ ପକାଇ ଥାଏ । ଏହା ବ୍ୟତୀତ ଆଡ୍ରେନାଲ୍ ଗ୍ଲାଣ୍ଡ୍ ଡିସଅର୍ଡର କାରଣରୁ ମଧ୍ୟ ମହିଳାଙ୍କ ଶରୀରରେ ଦ୍ରୁତ ଗତିରେ ଅନାବଶ୍ୟକ କେଶ ଉଠିଥାଏ ।

ଏହାର ଲକ୍ଷଣ ହେଉଛି- ଓଜନ ବୃଦ୍ଧି , ବ୍ରଣ , ଅଧିକ କ୍ଳାନ୍ତି ଲାଗିବା , ମୁଡ୍ରେ ପରିବର୍ତ୍ତନ , ପେଲ୍ଭିକ୍ ପେନ୍ , ମୁଣ୍ଡ ବିନ୍ଧା , ଇନ୍ଫର୍ଟିଲିଟି , ଶୋଇବାରେ ସମସ୍ୟା ହିର୍ସୁଟିଜମ ସାଧାରଣ ଲକ୍ଷଣ । କିଛି ମାମଲାରେ ବ୍ଲଡ୍ ପ୍ରେସର ମଧ୍ୟ ବୃଦ୍ଧି ପାଏ , । ମାଂସପେଶୀ ଦୁର୍ବଳ ହେବା ପରି ଲକ୍ଷଣ ଦେଖାଯାଏ ।

ଚିକିତ୍ସା- ଯଦି ଓଜନ ବୃଦ୍ଧି ପାଉଛି ତେବେ ଡାକ୍ତର ଓଜନ ହ୍ରାସ କରିବା ପାଇଁ ପରାମର୍ଶ ଦେଇ ପାରନ୍ତି । ଓଜନ ଠିକ୍ ରହିଲେ ହର୍ମୋନର ସ୍ତର ମଧ୍ୟ ସନ୍ତୁଳିତ ରହିବ । ପିସିଓଏସ୍ ବା ଆଡ୍ରେନାଲ୍ ଡିଜ୍ଅର୍ଡର ହେଲେ ଡାକ୍ତର ଔଷଧ ଖାଇବାକୁ ଦିଅନ୍ତି । ହିର୍ସୁଟିଜମକୁ ନିୟନ୍ତ୍ରଣରେ ରଖିବାକୁ ହେଲେ କେବେ କେବେ ଗର୍ଭନିରୋଧକ ଔଷଧର ସେବନ କରିବାକୁ ପରାମର୍ଶ ଦିଆଯାଏ । ଏହା ଦ୍ଵାରା ହର୍ମୋନକୁ ନିୟନ୍ତ୍ରଣରେ ରଖା ଯାଇପାରେ । ଏହା ବ୍ୟତୀତ ହେୟାର୍ ରିମୁଭାଲ , ଭ୍ୟାକ୍ଟିଙ୍ଗ୍ , ସେଭିଙ୍ଗ , ଲେଜର ହେୟାର୍ ରିମୁଭାଲ୍ ଓ ଇଲେକ୍ଟ୍ରୋଲିସିସ୍ ଜରିଆରେ ଅନାବଶ୍ୟକ କେଶରୁ ମୁକ୍ତି ମିଳି ପାରିବ ।