ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଦାଗ ଲୁଚାଇବା ପାଇଁ ଟାଟୁ କରିଛନ୍ତି ରାକ୍ଷୀ ସାଓ୍ବନ୍ତ। ନିକଟରେ ରାକ୍ଷୀ ସାଓ୍ବନ୍ତ ଏକ ସିନେ ଫିଷ୍ଟରେ ଦେଖା ହୋଇଥିଲେ। ଯେଉଁଥିରେ ସେ ଗୋଟିଏ ଅଫ ଓ୍ବାଇଟ ରଙ୍ଗର ଡ୍ରେସରେ ନଜର ଆସିଥିଲେ। ତେବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେ ନିଜର ଏକ ସିକ୍ରେଟ ପ୍ରକାଶ କରିଛନ୍ତି। ଏହି ସାକ୍ଷାତକାରରେ ସେ ପ୍ରକାଶ କରିଛନ୍ତି ଯେ ସେ ତାଙ୍କ ଶରୀରରେ ଅନେକ ଟାଟୁ କରିଛନ୍ତି। ସେ ତାଙ୍କର ଶରୀରରେ ଥିବା ଦାଗକୁ ଲୁଚାଇବା ପାଇଁ ଟାଟୁ କରିଛନ୍ତି ବୋଲି ସୂଚନା ଦେଇଛନ୍ତି। ତେବେ ରାକ୍ଷୀ ମୋଟ ୬ ରୁ ୭ଟି ଟାଟୁ ନିଜ ଦେହରେ କରିଛନ୍ତି ବୋଲି ସୂଚନା ଦେଇଛନ୍ତି। ତେବେ କିଛି ବର୍ଷପୂର୍ବେ ସେ କାଶ୍ମୀରରେ ସୁଟିଙ୍ଗ କରୁଥିବା ବେଳେ ତାଙ୍କ ସହିତ ଦୁର୍ଘଟଣା ହୋଇଥିଲା। ତେବେ ଏହି ଦୁର୍ଘଟଣାରେ ତାଙ୍କ ଶରୀରରେ ବହୁ କ୍ଷତ ଆସିଥିଲା। ଆଉ ସେହି କ୍ଷତ କୁ ଲୁଚାଇବା ପାଇଁ ରାକ୍ଷୀ ତାଙ୍କ ଶରୀରରେ ଟାଟୁ କରିଛନ୍ତି। ସେ କହିଛନ୍ତି ମୋର ଦାଗ କୁ ଲୁଚାଇବା ପାଇଁ ମୁଁ ଏହି ଟାଟୁ କରିଛି। ମୁଁ କେବେ ମୋର ଫ୍ୟାନ ମାନଙ୍କୁ ମିଛ କହିବାକୁ ଚାହୁଁନାହିଁ ତେଣୁ ମୁଁ ସତ କଥା କହିଦେଲି। ସୂଚନାମୁତାବକ ରାକ୍ଷୀ ସାଓ୍ବନ୍ତ ନିକଟରେ ଆରଆରଆର ରେ ସଫଳତା ପାର୍ଟୀ ରେ ଦେଖିବାକୁ ମିଳିଥିଲା। ଯେଉଁ ଥିରେ ରାକ୍ଷୀ ତାଙ୍କର ପ୍ରିୟ ହିରୋଙ୍କ ସହ ଏକ ଭିଡିଓ ପୋଷ୍ଟ କରିଛନ୍ତି।