ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଦିଲ୍ଲୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବର୍ତ୍ତମାନ ଦିଲ୍ଲୀ ସଡକରେ ଗଡୁଛି ଇଲେଟ୍ରିକ ଅଟୋ। ଦିଲ୍ଲୀ ସରକାର ଅଗଷ୍ଟ ୨୦୨୦ରେ ଦିଲ୍ଲୀ ବୈଦ୍ୟୁତିକ ଯାନ ନୀତି ଘୋଷଣା କରିଥିଲେ। ପ୍ରଦୂଷଣ କରୁଥିବା ଯାନକୁ ବୈଦ୍ୟୁତିକ ଯାନରେ ପରିବର୍ତ୍ତନ କରି ଦିଲ୍ଲୀର ବାୟୁ ଗୁଣବତ୍ତାକୁ ଉନ୍ନତ କରିବାକୁ ଏହି ନୀତିର ଲକ୍ଷ୍ୟ ରଖିଛି। ଏହାସହ ୨୦୨୪ ସୁଦ୍ଧା ରାସ୍ତାରେ ସମସ୍ତ ବୈଦ୍ୟୁତିକ ଯାନ ଗଡିବ ବୋଲି ଲକ୍ଷ୍ୟ ରଖିଛି ଦିଲ୍ଲୀ ସରକାର।
ଏହି ଅବସରରେ ସିଏମ୍ କହିଛନ୍ତି, “ପ୍ରାୟ ୩୫୦୦ଲୋକ ଏହି ଇ-ଅଟୋ ଚଳାଇବେ। ସେଥିମଧ୍ୟରୁ ୫୦୦ଜଣ ମହିଳା ଡ୍ରାଇଭର ଅଛନ୍ତି। ଏହା ୩୫୦୦ ଲୋକଙ୍କୁ ଚାକିରୀ ଯୋଗାଇବ। ଲୋକମାନେ ଇଭି କିଣୁଛନ୍ତି। କେଜ୍ରିୱାଲ ଆହୁରି ମଧ୍ୟ କହିଛନ୍ତି ଯେ ଚଳିତ ବର୍ଷ କିଣାଯାଇଥିବା ମୋଟ ଯାନଗୁଡିକର ୧୦ ପ୍ରତିଶତ ଇଭିଏସ୍ ଅଟେ। ତେବେ ଏହି ଯୋଜନା ଆରମ୍ଭ କରିବାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କର ଏକ ମାତ୍ର ଉଦ୍ଦେଶ୍ୟ ଥିଲା ଯେ ଦିଲ୍ଲୀର ପ୍ରଦୂଷଣକୁ ରୋକିବା ଏବଂ ଏଥିରେ ରୋକ ଲଗାଇବା ପାଇଁ ଆରମ୍ଭ କରାଯାଇଛି।