ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଖାଇବା ତ ସମସ୍ତଙ୍କୁ ପସନ୍ଦ। ହେଲେ ଖାଇବା ସହ ଯଦି ମାଗଣାରେ ସାୟରୀ ଶୁଣିବାକୁ ମିଳେ ସେଠାକୁ ତ ବହୁ ଲୋକଙ୍କର ସୁଅ ଛୁଟେ। ଆଜ୍ଞା ଆମେ କହୁଛୁ ଦିଲ୍ଲୀରେ କୁଲଚା ଆଉ ଛୋଲେ ବିକୁଥିବା ରାମପାଲ ଭାଇନାଙ୍କ କଥା। ଭାଇନା ଦୋକାନରେ ଗ୍ରାହକ ମାନଙ୍କୁ ସୁସ୍ବାଦୁ ଖାଇବା ବାଣ୍ଟିବା ସହ ସାୟରୀର ଛୁଙ୍କ ମଧ୍ୟ ଦେଉଛନ୍ତି। କେବଳ ଏତିକି ନୁହେଁ ରାମପାଲ ଭାଇନାଙ୍କର ଶଶୁରାଲ ଚଟଣୀ ମଧ୍ୟ ଖୁବ ଚର୍ଚ୍ଚାରେ। ଏହାର ସ୍ବାଦ ସାରା ଦିଲ୍ଲୀରେ ପ୍ରସିଦ୍ଧ। ସେଥିପାଇଁ ସବୁ ଦିନ ଏଠାରେ ଧାଡି ଲାଗେ। ପ୍ରତିଦିନ ସକାଳ ୧୧ଟାରୁ ରାତି ୫ଟା ଯାଏଁ ଖୋଲା ରହେ ଏହି ଦୋକାନ । ଯେଉଁ ଠାରେ ଖାଇବା ପାଇଁ ଲୋକମାନଙ୍କର ଗହଳି ଛୁଟେ।ଆଉ ରାମପାଲ ଭାଇଙ୍କ କହିବା ଅନୁସାରେ ଦୁନିଆରେ କେବଳ ଦୁଇଜଣ ପେଟ ପୂରା ଖାଦ୍ୟ ଖାଇବାକୁ ଦିଅନ୍ତି ଜଣେ ହେଉଛି ଆମ ମାଆ ଆଉ ଜଣେ ରାମପାଲ ଭାଇନା।
ତେବେ ଆଜି ନୁହେଁ ପ୍ରାୟ ୩୦ବର୍ଷ ହେବ ରାମପାଲ ଭାଇ ଏହି ବ୍ୟବସାୟ କରୁଛନ୍ତି। ଆଜିର ସମୟରେ ମାତ୍ର୪୦ ଟଙ୍କା ଦେଲେ ଆପଣ ଭରପୂର ଖାଇବା ପାଇପାରିବେ। ଛୋଲେ କୁଲଚା ସହ ସାଲଡା, ଯାହା ପୁଣି ସମ୍ପୁର୍ଣ୍ଣ ମାଗଣା। ଏହାସହ ୨୦ ଟଙ୍କାରେ ମଜାଦାର କୁଲଚା ରୋଲ, ଆଉ ଦହି ବୁନ୍ଦି ମଧ୍ୟ ଏଠାରେ ମିଳେ। ସମସ୍ତଙ୍କୁ ଭରପୁର ଖାଇବା ଯୋଗାଇ ଦେବା ଉଦ୍ଦେଶ୍ୟରେ ସେ ଏହି ଦୋକାନ ଚଳାଇଛନ୍ତି। ଦିଲ୍ଲୀର ଆନନ୍ଦବିହାରର ସୋମନାଥ ମାର୍ଗରେ ରାମପାଲ ଙ୍କର ଏହି ଦୋକାନ ଟି ଅଛି। ମୁଖ୍ୟତ ଏଠାକୁ ଆସୁଥିବା ଲୋକମାନଙ୍କୁ ମାନଙ୍କୁ ରାମପାଲ ଭାଇନାଙ୍କର ଶଶୁରାଲ ଚଟଣୀ ବହୁତ ପସନ୍ଦ। ଯାହା ପାଇଁ ଲୋକ ଏଠାକୁ ବାରମ୍ବାର ଆସନ୍ତି। ତେବେ ଆଜିର ସମୟରେ କିଛି ବି ମାଗଣାରେ ମିଳେନାହିଁ । ପ୍ରତିଟି ଜିନିଷ ଏକ ମୂଲ୍ୟ ସହ ଆସିଥାଏ। ଆଉ ଯଦି କିଏ ଆପଣକୁ ମାଗଣାରେ ସାଲାଡ ସହ ସାୟରୀ ଶୁଣାଉଛି ଏହାଠାରୁ ଅଧିକ ଆଉ କ’ଣ ବା ଆବଶ୍ୟକ।