ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଆସିଥିଲେ ପ୍ରେମିକାଙ୍କୁ ଭେଟିବାକୁ ହେଲେ ଧରାପଡିଗଲେ । ବିହାରର ନାଲନ୍ଦାରେ ଏକ ପ୍ରେମୀ ଯୁଗଳଙ୍କୁ ଗୁପ୍ତରେ ଭେଟିବା ପଡିଲା ଭାରି। ଏହି ଘଟଣା ଟି ହେଉଛି ଦୀପନଗର ପୋଲିସ ଷ୍ଟେସନ ପରିସରର ଶ୍ରୀରାମ ନଗର ଗାଁର ଅଟେ। ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ଭେଟିବା ପାଇଁ ତାଙ୍କ ଘରକୁ ଆସିଥିଲେ। କିନ୍ତୁ ଝିଅର ପରିବାର ତାଙ୍କୁ ଦେଖିଦେଲେ। ଏହାପରେ ଗ୍ରାମବାସୀଙ୍କ ସାହାଯ୍ୟରେ ଉଭୟଙ୍କୁ ମନ୍ଦିରକୁ ନେଇଯାଇ ସେଠାରେ ବିବାହ କରାଇଦେଲେ।
ମିଳିଥିବା ସୂଚନା ଅନୁଯାୟୀ, ସିଲାବ ପୋଲିସ ଷ୍ଟେସନ ଅଞ୍ଚଳର କାଦାହଡିହର ଅମରଜିତ କୁମାର ଦୀପନଗର ପୋଲିସ ଷ୍ଟେସନ ଅଞ୍ଚଳର ଶ୍ରୀରାମନଗରର ଜଣେ ଝିଅଙ୍କ ସହିତ ପ୍ରେମ ସମ୍ପର୍କ ରଖିଥିଲେ। ଏହି ଦୁଇଜଣ ପ୍ରାୟତ ସବୁ ବେଳେ ପରସ୍ପରକୁ ଗୁପ୍ତରେ ଭେଟୁଥିଲେ। ସୋମବାର ଅପରାହ୍ନରେ ଅମରଜିତ ତାଙ୍କ ସମ୍ପର୍କୀୟଙ୍କ ଅନୁପସ୍ଥିତିରେ ତାଙ୍କୁ ଭେଟିବା ପାଇଁ ତାଙ୍କ ପ୍ରେମିକାଙ୍କ ଘରକୁ ଆସିଥିଲେ। କିନ୍ତୁ ପରିବାର ଲୋକ ଏହା ଜାଣିବା ମାତ୍ରେ ସ୍ଥାନୀୟ ଗ୍ରାମବାସୀଙ୍କ ସାହାଯ୍ୟରେ ଉଭୟଙ୍କୁ ଧରିଥିଲେ। ଏହାପରେ ଉଭୟଙ୍କୁ ବିବାହ କରାଯିବା ନେଇ ନିଷ୍ପତ୍ତି ନିଆଯାଇଥିଲା। ଏହା ପରେ ସମ୍ପର୍କୀୟମାନେ ବଜାରରୁ ବିବାହ ପୋଷାକ ଆଣିଥିଲେ। ତା’ପରେ ସ୍ଥାନୀୟ ଗ୍ରାମବାସୀ ତଥା ଜନ ପ୍ରତିନିଧୀଙ୍କ ସାହାଯ୍ୟରେ ପ୍ରେମୀଯୁଗଳଙ୍କୁ ନିଜ ଗାଁର ଏକ ମନ୍ଦିରରେ ବିବାହ କରାଇଲେ। ବିନା ବ୍ୟାଣ୍ଡ-ବାଜା, ବିନା ବରଯାତ୍ରୀରେ ମନ୍ଦିରରେ ଏହି ବିବାହ ସମ୍ପନ୍ନ ହେଲା। ଏହାପରେ ପ୍ରେମିକ ଅମରଜିତ ତାଙ୍କ ପତ୍ନୀ-ପ୍ରେମିକାଙ୍କୁ ମୋଟରସାଇକେଲରେ ନିଜ ଘରକୁ ନେଇଗଲେ। ପ୍ରେମିକ ହୋଇ ଲୁଚି ଦେଖା କରିବାକୁ ଆସିଥିଲେ ଆଉ ସ୍ବାମୀ ହୋଇ ସାଙ୍ଗରେ ପତ୍ନୀ କରି ଘରକୁ ନେଲେ।