ସନଷ୍ଟାର ଟିଭି ବ୍ୟୁରୋ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜୟରାମପୁର ପଞ୍ଚାୟତ ର ବାଳିଆପିଟା ଛକ ନିକଟରେ ନୃଶଂସ ଅବସ୍ଥାରେ ଏକ ଯୁବକ ଙ୍କର ମୃତଦେହ ଉଦ୍ଧାର କରାଯାଇଛି। ତେବେ ଯୁବକ ଜଣକ ଏହି ବ୍ଲକ ର ମୁଷଦପୁର ଗ୍ରାମ ର ରାଧାକାନ୍ତ ଜେନା ବୋଲି ସୂଚନାମିଳିଛି। ସେ ମେଲୋଡି ପାର୍ଟୀରେ ନୃତ୍ୟଶିଳ୍ପୀ ଭାବେ କାମ କରନ୍ତି ବୋଲି ଜଣାପଡିଛି। ଘଟଣା କୁ ନେଇ ହତ୍ୟା କିମ୍ବା ଏହା ଦୁର୍ଘଟଣାରେ ମୃତ୍ୟୁ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏଭଳି ବିଭତ୍ସ୍ୟ ମୃତ୍ୟୁ ଦେଖି ସ୍ଥାନୀୟ ଲୋକେ କେହି କେହି ହତ୍ୟା ବୋଲି ଅନୁମାନ କରୁଥିବା ବେଳେ କେହି ଏହାକୁ ସଡକ ଦୁର୍ଘଟଣା ବୋଲି କହୁଛନ୍ତି। ତେବେ ସ୍ଥାନୀୟ ଲୋକ ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାସହ ଭୋଗରାଇ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ଅଧିକ ତଦନ୍ତ ଜାରିରଖିଛି। ସୂଚନା ଥାଉକି ଗତକାଲି ଯୁବକ ଜଣକ ନିଜ ଶଶୁର ଘର ଭୋଗରାଇ ରୁ ବିଳମ୍ବିତ ରାତ୍ରିରେ ଫେରୁଥିବା ବେଳେ ଏ ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି। (ରିପୋର୍ଟ-ଚନ୍ଦନ ଜେନା )