ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ୫୮ ଟି ଏନଏସି ଓ ୪୭ ଟି ପୌର ପରିଷଦ ଉପାଧ୍ୟକ୍ଷ ଓ ତିନି ମହାନଗର ଡେପୁଟୀ ମେୟର ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଆସନ୍ତା କାଲି ହେବ ମତଦାନ। କାଲି ଉପରାହ୍ନ ୧୦ ଟାରେ ଏହି ମତଦାନ ହେବ। ତେବେ ୧୧ ଟାରୁ ୧୨ ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ଏହା ପରେ ଦିନ ୧ଟା ଯାଏଁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିବ। ସେହିପରି ଅପରାହ୍ନ ୧.୩୦ ରୁ ୩ ଟା ଯାଏଁ ମତଦାନ ଚାଲିବ ବୋଲି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ। ସେହିଭଳି ଏପ୍ରିଲ ୭ ରେ କଟକ ମହାନଗର ନିଗମ, ଏପ୍ରିଲ ୮ ରେ ବ୍ରହ୍ମପୁର ମହାନଗର ନିଗମ, ଏବଂ ଏପ୍ରିଲ ୯ ରେ ଭୁବନେଶ୍ବର ମହାନଗର ଡେପୁଟୀ ମେୟର ପଦ ଲାଗି ମତଦାନ ହେବ। ୨ ରୁ ଅଧିକ ଭୋଟ ହେଲେ ରାଉଣ୍ଡ ଓ୍ବାରୀ ଭୋଟିଙ୍ଗ ହେବ ବୋଲି ବୋଲି କୁହାଯାଇଛି। ତେବେ କର୍ପୋରେଟ ଓ କାଉସିଲର ମାନେ ନିଜର ପରିଚୟ ପତ୍ର ଦେଖାଇ ଭୋଟ ଦେବେ ବୋଲି ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।