ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ବୁଲିବାକୁ ସମସ୍ତେ ଭଲ ପାଆନ୍ତି। ଆଉ କେଉଁ ଠାରେ ଯଦି କିଛି ନୂଆ ସପିଙ୍ଗ ମଲ ଖୋଲୁଥାଏ ତେବେ ସେଠାରେ ବହୁ ଲୋକଙ୍କର ଭିଡ ଜମେ। ତେବେ ଆଜି କାଲି ବଜାରରେ ବହୁ ବ୍ରାଣ୍ଡର ସପ ମଧ୍ୟ ଦେଖିବାକୁ ମିଳୁଛି। ବଡ ବଡ ମେଟ୍ରୋ ଷ୍ଟେସନରେ ମଧ୍ୟ ବହୁ ବ୍ରାଣ୍ଡ ଦୋକାନ ଦେଖିବାକୁ ମିଳେ। ଆଉ ଆଜି କାଲି ଫଲଥିନ ବ୍ୟାଗକୁ ସରକାରଙ୍କ ଦ୍ବାରା ବ୍ୟାନ କରାଯାଇଛି। ଯେଉଁଥିପାଇଁ ଯେକୌଣସି ସପିଙ୍ଗ ମଲକୁ ଗଲେ ସେଠାରେ ଆମେ ବିନା ଫଲଥିନର କ୍ୟାରି ବ୍ୟାଗ ଦେଖିବାକୁ ପାଇଥାଉ। ଯାହା ପରିବେଶ ପାଇଁ ଆଦୌ କ୍ଷତିକାରକ ନୁହେଁ। ଯାହା କୁ ସହଜରେ ନଷ୍ଟ କରିହେବ ଏବଂ ଏହା ପରିବେଶ ଉପରେ କୌଣସି କୁ ପ୍ରଭାବ ପକାଇବ ନାହିଁ। କିନ୍ତୁ ମଲରେ ସପିଙ୍ଗ ବ୍ୟାଗ ପାଇଁ ଅଲଗା ଟଙ୍କା ଦେବାକୁ ପଡିଥାଏ। ବ୍ୟାଗର ଆକାରକୁ ଦେଖି ଏହାର ଟଙ୍କା ଧାର୍ଯ୍ୟ କରାଯାଇଥାଏ। କିଛି ବ୍ୟାଗର ମୂଲ୍ୟ ୮ ରୁ ଆରମ୍ଭ କରି ୫୦ ପର୍ଯ୍ୟନ୍ତ ଦେଖିବାକୁ ମିଳିଥାଏ। ଯେଉଁ କାରଣରୁ ବହୁ ଲୋକ ସପିଙ୍ଗ ମଲକୁ ନିଜର ବ୍ୟାଗ ସାଥୀରେ ନେଇ ଯାଇଥାଆନ୍ତି। ଯାହାପାଇଁ ତାଙ୍କୁ ବ୍ୟାଗ ପାଇଁ ଅଧିକ ଟଙ୍କା ଦେବାକୁ ପଡି ନଥାଏ। କିନ୍ତୁ ଆପଣ ଜାଣନ୍ତି କି ବଡବଡ ଦୋକନରେ ବ୍ୟାଗ ପାଇଁ ଟଙ୍କା ଦେବାକୁ ପଡିନଥାଏ।
ପୁମା,ଜାରା, ସନେଲ ଆଦି ବଡ ବଡ ବ୍ରାଣ୍ଡ ଯେଉଁ ବ୍ରାଣ୍ଡର ଲୋଗୋ ତାର ବ୍ୟାଗରେ ଥାଏ ସେହି ସବୁ କ୍ୟାରିବ୍ୟାଗ ପାଇଁ ଆଦୌ ଟଙ୍କା ଦେବାକୁ ପଡିନଥାଏ। ତାହା ସମ୍ପୁର୍ଣ୍ଣ ମାଗଣା ଥାଏ। ଏହାର କାରଣ ହେଉଛି ଏହି ବ୍ୟାଗରେ ଲାଗିଥିବା ଲୋଗୋ । ଏହା ଏହି ବଡ ବଡ କମ୍ପାନୀ ମାନଙ୍କର ଆର୍ଡଭଟାଇଜ କରିବାର ଏକ ଅଂଶ। ତେଣୁ ଏଥିପାଇଁ ସେମାନେ ଗ୍ରାହକ ମାନଙ୍କ ଠାରୁ କୌଣସି ଟଙ୍କା ନେଇ ନଥାନ୍ତି। ତେବେ ଯେଉଁ କ୍ୟାରିବ୍ୟାଗରେ କୌଣସି ଲୋଗୋ ନଥାଏ ତାହା ପାଇଁ ମଲରେ ଟଙ୍କା ନିଆଯାଇଥାଏ। ତେଣୁ ଆପଣ ଯଦି କେବେ ଏପରି ସପରୁ ସପିଙ୍ଗ କରୁଛନ୍ତି ତେବେ ବ୍ରାଣ୍ଡର ଲୋଗେ ଦେଖି ନିଜର କ୍ୟାରିବ୍ୟାଗ ବିନା ମୂଲ୍ୟରେ ଆଣିପାରିବେ।