ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ:ଅଭିନେତା ସୋନମ କପୁର ଖୁବ ଶୀଘ୍ର ମାଆ ହେବାକୁ ଯାଉଛନ୍ତି । ସେ ତାଙ୍କ ମାତୃତ୍ବ ଫଟୋ ସୁଟର କିଛି ଫଟୋ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁଥିରେ ସେ ଗୋଟିଏ ମହାରାଣୀ ପରି ଦିଶୁଛନ୍ତି। ଏହି ତାରକା ଏବଂ ତାଙ୍କ ସ୍ୱାମୀ ଆନନ୍ଦ ଅହୁଜା ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି। ସୋନମ ତାଙ୍କର ଗର୍ଭବତୀ ଘୋଷଣା କରିବା ପରେ ଏହା ହେଉଛି ତାଙ୍କର ତୃତୀୟ ଫଟୋସୁଟ। ତାଙ୍କ ଭଉଣୀ ରିୟା କପୁର ଫଟୋସୁଟ ପାଇଁ ତାଙ୍କୁ ଏହି ଷ୍ଟାରର ଲୁକ୍କୁ ଷ୍ଟାଇଲ୍ କରିଛନ୍ତି। ଡିଜାଇନର୍ ଆବୁ ଜାନୀଙ୍କ ଜନ୍ମଦିନରେ ଯୋଗଦେବା ପାଇଁ ସୋନମ୍ ଏହି ପୋଷାକ ପରିଧାନ କରିଥିଲେ। ସୋନମଙ୍କ ଏହି ପୋଷ୍ଟ ପରେ ତାଙ୍କୁ ପ୍ରଶଂସକଙ୍କ ମାନେ ବହୁ ମାତ୍ରରେ ମନ୍ତବ୍ୟ ଦେଇଛନ୍ତି। ତେବେ ଏହା ପୂର୍ବରୁ ସୋନମ ତାଙ୍କର ସ୍ବାମୀଙ୍କ ସହ ଦୁଇଟି ଫଟୋ ପୋଷ୍ଟ କରିଥିଲେ।
କେବଳ ପ୍ରଶଂସକଙ୍କ ନୁହଁନ୍ତି ସୋନମଙ୍କ ପୋଷ୍ଟରେ ଅନେକ ଅଭିନେତା ମାନେ ମଧ୍ୟ କମେଣ୍ଟ ଦେଇଛନ୍ତି। ସୋନମଙ୍କ ଫଟୋକୁ ବହୁ ଅଭିନେତା ତାରିଫ କରିଛନ୍ତି।