ସନଷ୍ଟାର ଟିଭି ବ୍ୟୁରୋ
ଚାନ୍ଦବାଲି ; ଚାନ୍ଦବାଲି ବ୍ଲକ ଧାମରା ଥାନା ଅଧିନ ଚନ୍ଦିନୀପାଳ ଉଡ଼ାବାଲୀ ନିକଟରେ ନଦୀରେ ଜାଲ ବେଢ଼ ମରାକୁ କେନ୍ଦ୍ର କରି ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା । ମତ୍ସ୍ୟଜୀବୀ ମାନେ ଏହି ବିବାଦ ସଂପର୍କରେ ଚନ୍ଦିନୀପାଳ ମତ୍ସ୍ୟ ସଂଗଠନ ନିକଟରେ ଅଭିଯୋଗ କରିଥିଲେ , ମତ୍ସ୍ୟ ସଂଗଠନ କାର୍ଯ୍ୟାଳୟ ଆଗରେ ଅଭିଯୋଗ ପତ୍ର ଦେବା ସମୟରେ ୬ ଜଣ ମତ୍ସ୍ୟଜୀବୀଙ୍କୁ ପ୍ରତିପକ୍ଷ ଦଳର ଜାଗୁଳା ଫଚାୟତର ୧୫ ରୁ ୨୦ ଅଭିଯୁକ୍ତ ଏକତ୍ର ହୋଇ ଲୁହା ରଡ଼ ଓ ଠେଙ୍ଗାରେ ଅକ୍ରମଣ କରିବାରୁ ୬ ଜଣ ମତ୍ସ୍ୟଜୀବୀ ଗରୁତ୍ଵର ହୋଇଥିଲେ , ସେଥିରୁ ଜଡ଼ା ଦାସଙ୍କ ଅବସ୍ଥା ଗୁରୁତ୍ଵର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ହେଲେ କଟକରେ ଚିକିତ୍ସାଧିନ ଅବସ୍ଥାରେ ଜଡ଼ା ଙ୍କ ମୃତ୍ୟୁ ହେବାରୁ ଏହି ଘଟଣାରେ ଜଡ଼ା ଦାସଙ୍କ ପରିବାର ପକ୍ଷରୁ ଧାମରା ଥାନାରେ ୮ ଜଣଙ୍କ ଅନ୍ୟ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରାଯାଇଛି । ମୃତ ମତ୍ସ୍ୟଜୀବୀ ଜଡ଼ା ଦାସଙ୍କ ଘର ମୌସୁଧାବଜାର ସିଙ୍ଗଟି ଗାଁରେ ବୋଲି ସୂଚନା ମିଳିଛି । ଅଭିଯୋଗ ଆଧାରରେ ଧାମରା ଥାନା ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ମୁଖ୍ୟ ୨ ଅଭିଯୁକ୍ତ ଫେରାର ହୋଇ ଯାଇଥିବା ସୂଚନା ମିଳଛି
ରିପୋର୍ଟ – ପ୍ରଶାନ୍ତ କୁମାର ପାଣି (ଚାନ୍ଦବାଲି)