ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ମୁଖ୍ୟତ ଗରମ ଦିନରେ ଲେମ୍ବୁ ପାଣି ପିଇବାର ମଜା ଟିକିଆ ନିଆରା। ହୁହୁ ହୋଇ ବଢ଼ୁଥିବା ତାପମାତ୍ରାକୁ ଲେମ୍ବୁ ପାଣି ଟିକିଏ ପିଇ ଦେଲେ ଆତ୍ମାକୁ ଯେପରି ଶାନ୍ତି ମିଳିଯାଏ। ଯଦି ଲେମ୍ବୁର ମୁଲ୍ୟ ୨୦୦ ଛୁଇଁବ ତେବେ ଲେମ୍ବୁ ପାଣି ପିଇବା ଦୂର କେହି ଘରକୁ ଏହି ବହୁ ମୂଲ୍ୟ ଜିନିଷକୁ ଆଣିବା ପସନ୍ଦ କରିବେ ନାହିଁ। ଆଜି କାଲି ଦରଦାମ ଯେପରି ବୃଦ୍ଧି ପାଉଛି ସେ ସବୁରୁ ଲେମ୍ବୁ ମଧ୍ୟ ଆଉ ବାଦ ପଡି ନାହିଁ। ଲେମ୍ବୁର ମୂଲ୍ୟ ରାଜକୋଟରେ ୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଯାହା ପାଇଁ ଗ୍ରାହକମାନେ ମଧ୍ୟ ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।
ଗ୍ରାହକମାନେ କହିବା ଅନୁସାରେ, ଲେମ୍ବୁର ମୂଲ୍ୟ ୨୦୦ କିଲୋଗ୍ରାମ ଛୁଇଁଛି। ଯାହାକି ପୂର୍ବରୁ କିଲୋଗ୍ରାମ ପ୍ରତି ପ୍ରାୟ ୫୦-୬୦ ଟଙ୍କା ରହି ଥିଲା। ଏହା ଆମର ‘ରୋଷେଇ ଘରର ବଜେଟ୍’ ଉପରେ ପ୍ରଭାବ ପକାଉଛି। ମୂଲ୍ୟ କେବେ ହ୍ରାସ ପାଇବ ଜଣାନାହିଁ ବୋଲି ଗ୍ରାହକ ମାନେ କହିଛନ୍ତି।