ସନଷ୍ଟାର ଟିଭି ବ୍ୟୁରୋ

ଉଦଳା : ଜନ୍ମ ହେଲା ଦୁଇ ମୁଣ୍ଡିଆ ଶିଶୁକନ୍ୟା । ଜଣେ ମହିଳାଙ୍କ ଔରସରୁ ଜନ୍ମ ହେଲା ଜଣେ ଦୁଇ ମୁଣ୍ଡିଆ ଶିଶୁ କନ୍ୟା । ଯାହା ବର୍ତ୍ତମାନ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଉଦଳା ଡାକ୍ତରଖାନାରେ ଆଜି ଦିନ ଗୋଟାଏ ବେଳେ ଡାକ୍ତରଖାନାର ସ୍ତ୍ରୀ ଏବଂ ପ୍ରସୂତି ବିଭାଗର ଲେବର ରୁମରେ ଏହି ଶିଶୁ କନ୍ୟାଟି ଜନ୍ମ ନେଇଛି । ସ୍ଥାନୀୟ ବ୍ଲକ ଅଧିନ କଇଁସାରୀ ଗ୍ରାମର ସରସ୍ୱତୀ ମୁଖୀଙ୍କର ଆଜି ଗର୍ଭଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ ତାଙ୍କୁ ତୁରନ୍ତ ୧୦୮ ଯୋଗେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ହେଲେ ସେଠାରେ ପ୍ରସବର ଶେଷ ସମୟରେ ପହଂଚିଥିବା ସରସ୍ୱତୀଙ୍କ ଔରସରୁ ଜନ୍ମ ନେଲା ଜଣେ ଦୁଇ ମୁଣ୍ଡିଆ ଶିଶୁ କନ୍ୟା । ଶିଶୁ କନ୍ୟାର ଓଜନ ୩ କିଲୋ ଥିବା ବେଳେ ଜନ୍ମ ବେଳରୁ ଶିଶୁକନ୍ୟାର ମୃତ୍ୟୁ ହୋଇ ସାରିଥିଲା । ତେବେ ସରସ୍ୱତୀଙ୍କର ଅବସ୍ଥା ସୁସ୍ଥ ରହିଥିବା ବେଳେ ଉଚ୍ଚ ରକ୍ତଚାପ କାରଣରୁ ଶିଶୁକନ୍ୟାର ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି ।( ରିର୍ପୋଟ: ଆଲୋକ କୁମାର ବେହେରା )