ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ: ମାଛ ଧରିବା ପିଲାମାନଙ୍କର କାମ ନୁହେଁ। ମାଛ ଧରିବାକୁ ହେଲେ ଅପେକ୍ଷା ସହିତ କୌଶଳ ମଧ୍ୟ ଆବଶ୍ୟକ। ତେବେ ଏବେ ଗୋଟିଏ ଛେଶଟ ପିଲାଟିର ମାଛ ଧରିବାର ଭିଡିଓଟି ଖୁବ ଭାଇରାଲ ହେଉଛି। ଯେଉଁଥିରେ ପିଲାଟି ମାଛ ଧରିବାର ଉତ୍ତମ ଉପାୟ କୁ ଦୃଶ୍ୟମାନ କରାଯାଇଛି। କିଛି ସମୟ ଭିତରେ ସେ କିପରି ମାଛ ଧରିବାରେ ସମର୍ଥନ ହୋଇପାରୁଛନ୍ତି ତାହା ଦର୍ଶାଯାଇଛି। ତେବେ ଏହି ଭିଡିଓଟି ଆନନ୍ଦ ମହିନ୍ଦ୍ରା ଙ୍କ ଦ୍ବାରା ନିଜ ଟ୍ୱିଟର ରେ ପୋଷ୍ଟ କରାଯାଇଛି।
ଏହି ଭିଡିଓ ବିଷୟରେ ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି, ଏହି ଭିଡିଓ କୌଣସି ବାର୍ତ୍ତା ବିନା ମୋ ଇନବକ୍ସରେ ପହଞ୍ଚିଛି। ଏକ ଦୁନିଆରେ ଯେଉଁଠାରେ ଦିନକୁ ଦିନ ଦ୍ୱନ୍ଦ୍ୱ ବଢ଼ୁଛି, ଏହି ଭିଡିଓ ଦେଖିବା ଦ୍ବାରା ଆରାମଦାୟକ ଅନୁଭବ ହେଉଛି। ଏହି ଗୋଟିଏ ‘ଛୋଟ କାହାଣୀ’ ପ୍ରମାଣ କରେ ଯେ ପ୍ରତିଭା, ପ୍ରତିବଦ୍ଧତା ଏବଂ ଧର୍ଯ୍ୟ ଦ୍ବାରା ହିଁ ସଫଳତାକୁ ହାସଲ କରାଯାଇପାରେ। ତେବେ ଏହି ଭିଡିଓରେ ଅନେକ ଲୋକ ମନ୍ତବ୍ୟ ଦେଇଛନ୍ତି। କିଛି ସମାଲୋଚନା କରି ଲେଖିଛନ୍ତି ଯେ ଆଜିର ଦୁନିଆରେ କାହାର ଦୁଃଖର ସମୟ କୁ ଦେଖି ଆମେ ଖୁସି ହୋଇଥାଉ। ଆଉ କିଛି ଲେଖିଛନ୍ତି ଏହି ଭିଡିଓ ଟି ଦେଖିବା ଦ୍ବାରା ଦୁଃଖ ଅନୁଭୂତ ହୋଉଛି। ତେବେ ଭିଡିଓ ଟି ବର୍ତ୍ତମାନ ଲୋକ ମାନଙ୍କ ଦ୍ବାରା ବହୁତ ସେୟାର କରାଯାଉଥିବାର ଦେଖିବାକୁ ମିଳିଛି।