ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ + ୨ ପ୍ରାକ୍ଟିକାଲ ପରୀକ୍ଷା ଏପ୍ରିଲ ୪ରୁ ଆରମ୍ଭ ହେବାକୁ ଯାଉଛି । କଳା , ବିଜ୍ଞାନ , ବାଣିଜ୍ୟ , ଧନ୍ଦାମୂଳକ ଓ କରେସ୍ପେଣ୍ଡେନ୍ସ ପାଠ୍ୟକ୍ରମର ପରୀକ୍ଷାର୍ଥୀଙ୍କ ଲାଗି ଆଡମିଟ୍କାର୍ଡ ସାମସ୍ ଇ – ସ୍ପେସ୍ରେ ଉପଲବ୍ଧ ରହିଛି । ସିଏନ୍ଆର ମଧ୍ୟ ଅନ୍ଲାଇନ୍ରେ ରହିଛି । ତେଣୁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଆଡମିଟ୍କାର୍ଡ ଡାଉନ୍ଲୋଡ୍ କରି ବିଦ୍ୟାର୍ଥୀଙ୍କୁ ଯୋଗାଇଦେବାକୁ ପରିଷଦ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଥିଓରୀ ପରୀକ୍ଷା ପ୍ରଶ୍ନପତ୍ର ରହିବାକୁ ଥିବା ୨୦୨ ପରୀକ୍ଷା ପରିଚାଳନା ହବ୍ ପ୍ରସ୍ତୁତ ରଖିବାକୁ ନିର୍ଦେଶ ଦିଆଯାଇଛି । ପ୍ରଶ୍ନପତ୍ର ଯେପରି ଲିକ ନହୁଏ ସେହି ପ୍ରତି ଅଧିକ ଧ୍ୟାନ ଦେବାକୁ କୁହାଯାଇଛି। ସୂଚନାମୁତାବକ ରାଜ୍ୟରେ କରୋନାର ସ୍ଥିତି ବର୍ତ୍ତମାନ ଆୟତରେ ଥିବାରୁ ଗଣଶିକ୍ଷା ମାଧ୍ୟମ ତରଫରୁ ପରୀକ୍ଷା କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି।