ସନଷ୍ଟାର ଟିଭି ବ୍ୟୁରୋ

ରିର୍ପୋଟ: ତୁମେ କେବେ ଖାଲି ହାତରେ ତରଳ ଲାଭାକୁ ଛୁଇଁବା ବିଷୟରେ ଚିନ୍ତା କରିଛ କି? ଏହା ସମ୍ଭବ ନୁହେଁ। ବର୍ତ୍ତମାନ ଏକ ପୁରୁଣା ଭିଡିଓ ଯାହା କି ଟ୍ବିଟରରେ ବହୁ ଲୋକମାନଙ୍କର ଲୋକପ୍ରିୟତା ସାଉଁଟୁଛି। ଏହାବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଆକ୍ରର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।
ଭିଡିଓରେ ଦେଖାଯାଉଛି ଜଣେ ବ୍ୟକ୍ତି – ଯିଏ କାରଖାନା କର୍ମଚାରୀ ପରି ଦେଖାଯାଉଛି – ତାଙ୍କ ସୁରକ୍ଷା ଗ୍ଲୋଭ୍ ବିନା ତରଳ ଲାଭା ପରି ଗରମ ତରଳ ଧାତୁର ଝରଣା ପାଖରେ ବସିଛନ୍ତି। କେବଳ ଏତିକି ନୁହେଁ ସେ ଏହି ତରଳ ଧାତୁରେ ରେ ମଧ୍ୟ ହାତ ମାରୁଛନ୍ତି। ଯାହାକି ପୁଣି ବିନା ଗ୍ଲୋବସରେ। ଯାହା ବର୍ତ୍ତମାନ ନେଟେନିଜେନ୍ମାନଙ୍କୁ ବିସ୍ମିତ କରିଛି। ଏହି ଭିଡିଓ ୩.୫ ମିଲିୟନରୁ ଅଧିକ ଥର ଦେଖାଯାଇଛି। କିନ୍ତୁ ବ୍ୟକ୍ତି ଜଣକ ନିରାପଦରେ ରୁହନ୍ତି ବୋଲି ଏହାକୁ ନେଇ ବହୁ ଲୋକେ ମନ୍ତବ୍ୟ ଦେଇଛନ୍ତି। ଏହି ଭିଡିଓର ଶେଷରେ ସେ ତାଙ୍କ କ୍ୟାମେରା ହାତ ମଧ୍ୟ ଦେଖାଉଛନ୍ତି। ଯେଉଁଥିରେ ସେ ପାପୁଲି ଦେଖାଉଛନ୍ତି ଏବଂ ତାଙ୍କ ହାତରେ କୌଣସି ନ୍ତି ଆଘାତ ଚିହ୍ନ ନାହିଁ ବୋଲି କୁହାଯାଇଛି। ଏହି ଭିଡିଓ କିଛି ବର୍ଷ ପୁରୁଣା ଅଟେ। ଏହା କିଛି ବର୍ଷତଳେ ମଧ୍ୟ ଲୋକମାନଙ୍କର ଖୁବ ପ୍ରଂଶସା ସାଉଁଟିଥିଲା ଆଉ ଏବେ ମଧ୍ୟ ଏହା ଲୋକମାନଙ୍କୁ ଆକର୍ଷିତ କରୁଛି।