ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର : ଦୁଇ ଓଡ଼ିଆଙ୍କୁ ମିଳିବ ରତ୍ନ ସମ୍ମାନ। ସି.ଭି ରମଣ ସମ୍ମାନ ମନୋନୟନ ପରିଷଦ , ଓଡ଼ିଶା ତରଫରୁ ଦୁଇ ଜଣ ଓଡ଼ିଆଙ୍କୁ ବିଜ୍ଞାନ ରତ୍ନ ସମ୍ମାନ ପ୍ରଦାନ କରାଯିବ । ପରିଷଦର ମହାସଚିବ ବିଶ୍ବଜିତ ପ୍ରଧାନ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ସେମାନଙ୍କ ମଧ୍ୟରୁ ୨୦୨୨ ପାଇଁ କିସ୍ର ପ୍ରତିଷ୍ଠାତା ଡ . ଅଚ୍ୟୁତ ସାମନ୍ତ ଆଦିବାସୀ ପିଲାଙ୍କୁ ମାଗଣା ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରଦାନ କ୍ଷେତ୍ରରେ ଏହି ସମ୍ମାନ ପାଇବାକୁ ଥିବା ବେଳେ ୨୦୨୧ ପାଇଁ ଭେଷଜ ବିଜ୍ଞାନ କ୍ଷେତ୍ରରେ ଭୁବନେଶ୍ବର ଏମ୍ସର ପୂର୍ବତନ ନିର୍ଦେଶକ ପ୍ରଫେସର ଡା . ଅଶୋକ ମହାପାତ୍ର ସମ୍ମାନିତ ହେବେ ବୋଲି ଡ . ପ୍ରଧାନ ଏକ ପ୍ରେସ୍ ବିବୃତିରେ ଜଣାଇଛନ୍ତି ।