ସନଷ୍ଟାର ଟିଭି ବ୍ୟୁରୋ
ପାଟନା: ବିହାରରେ ବାରମ୍ବାର ଘଟିଥିବା ଦୁଃଖଦ ଘଟଣାକୁ ନେଇ ସମାଲୋଚନା କରି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗତକାଲି ମଦ ଖାଉଥିବା ଲୋକଙ୍କୁ “ମହାପାପୀ” (ପାପୀ) ବୋଲି କହିଛନ୍ତି ଏବଂ ବିଷାକ୍ତ ମଦ ପିଇବା ପରେ ମୃତ୍ୟୁ ବରଣ କରୁଥିବା ଲୋକ ରାଜ୍ୟ ସରକାରଙ୍କୁ ଦାୟୀ କରି ପାରିବେ ନାହିଁ ବୋଲି ସେ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାତ୍ମା ଗାନ୍ଧୀ ମଧ୍ୟ ମଦ ସେବନକୁ ବିରୋଧ କରିଥିଲେ ଏବଂ ଯେଉଁମାନେ ତାଙ୍କ ନୀତି ବିରୁଦ୍ଧରେ ଯାଆନ୍ତି ସେମାନେ ହେଉଛନ୍ତି ମହାପାପୀ । ଏହାସହ ଶ୍ରୀ କୁମାର କହିଛନ୍ତି ଯେ ମୁଁ ଏହି ଲୋକଙ୍କୁ ଭାରତୀୟ ବୋଲି ଭାବୁ ନାହିଁ ଯେଉଁ ମାନେ ଏହି କାର୍ଯ୍ୟକଳାପ କରୁଛନ୍ତି। ସେ କହିଛନ୍ତି ଯେ ମଦ ଖାଇବା କ୍ଷତିକାରକ ବୋଲି ଜାଣିବା ସତ୍ତେ ଲୋକମାନେ ଏହାକୁ ସେବନ କରୁଛନ୍ତି ଏବଂ ଏହାର ପରିଣାମ ପାଇଁ ସେମାନେ ହିଁ ଦାୟୀ, ରାଜ୍ୟ ସରକାର ନୁହେଁ । ଏହା ହେଉଛି ସେମାନଙ୍କର ଦୋଷ।
ଗତକାଲି ବିଧାନସଭା ବିରୋଧୀ ମାନେ ପ୍ରଶ୍ନ ଉଠାଇଥିଲେ କହିଥିଲେ ଯେ ବିହାର ସରକାର ମଦ କୁ ସମ୍ପୁର୍ଣ୍ଣ ବ୍ୟାନ କରିବାରେ ସଫଳ ହୋଇ ପାରି ନାହାନ୍ତି। ଏହା କେବଳ କାଗଜରେ ଲିଖିତ ହୋଇ ରହିଯାଇଛି।ଏହା କାର୍ଯ୍ୟକାରୀ ହୋଇପାରି ନାହିଁ। କାରଣ ବିଗତ ୬ମାସ ଭିତରେ ୬୦ ରୁ ଉର୍ଦ୍ଧ ଲୋକଙ୍କ ଜୀବନ ଏଥିପାଇଁ ଉଜୁଡି ଯାଇଛି। ତେଣୁ ବିରୋଧୀ ମାନଙ୍କୁ ଉତ୍ତର ଦେବାକୁ ଯାଇ ନୀତୀଶ ଏହି ସୂଚନା ଦେଇଛନ୍ତି ଯେ ଯିଏ ମଦ ଲୁଚାଇ ପିଇବ ତାହା ବିରୁଦ୍ଧରେ କଣ କାର୍ଯ୍ୟନୁଷ୍ଠାନ ନିଆଯାଇ ପାରିବ। ସୂଚନାମୁତାବକ ବିହାରରେ ମଦକୁ ବ୍ୟାନ କରାଯାଇଛି। ଏବଂ ଯଦି କିଏ ଚୋରାକାରବାର କରୁଥିବାର ସୂଚନାମିଳେ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଏ।