ସନଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ତାମିଲନାଡୁରୁ ହଟିଲା ଭ୍ୟାନିୟର୍ ସମ୍ପ୍ରଦାୟ କୋଟା। ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ତାମିଲନାଡୁ ରେ ଥିବା ଏହି କୋଟାକୁ ଆଜି ଅସାମ୍ବିଧାନିକ ଏବଂ ସମାନତାର ଅଧିକାରର ଉଲ୍ଲଂଘନ ବୋଲି ଦର୍ଶାଇ ସୁପ୍ରିମକୋର୍ଟ ବାତିଲ କରିଛନ୍ତି।
ଗତ ବର୍ଷ ପ୍ରଣୀତ ଏକ ଆଇନ ମାଧ୍ୟମରେ ସରକାରୀ ଚାକିରୀ ତଥା ଶିକ୍ଷାନୁଷ୍ଠାନଗୁଡିକରେ ଭ୍ୟାନିୟର୍ ସମ୍ପ୍ରଦାୟକୁ ୧୦.୫ ପ୍ରତିଶତ ସଂରକ୍ଷଣ ପ୍ରଦାନ କରାଯାଇଥିଲା। ସୁପ୍ରିମକୋର୍ଟଙ୍କ ଦ୍ବାରା ଭାନିୟର୍ ରିଜର୍ଭେସନ୍ ଆକ୍ଟ ୨୦୨୧ ଆଇନକୁ ଅସାମ୍ବିଧାନିକ ଘୋଷିତ କରାଯାଇଛି। ସୂଚନାମୁତାବକ ତାମିଲନାଡୁରେ ୬୯ପ୍ରତିଶତ ସଂରକ୍ଷଣ ରହିଛି, ଯେଉଁଥିରେ ପଛୁଆ ବର୍ଗ ପାଇଁ ୩୦ ପ୍ରତିଶତ, ଅତି ପଛୁଆ ବର୍ଗ ପାଇଁ ୨୦ ପ୍ରତିଶତ, ଅନୁସୂଚିତ ଜାତି ପାଇଁ ୧୮ ପ୍ରତିଶତ ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ୧ ପ୍ରତିଶତ ଅନ୍ତର୍ଭୁକ୍ତ ।