ସନଷ୍ଟାର ଟିଭି ବ୍ୟୁରୋ
ରିର୍ପୋଟ: ଦର ବୃଦ୍ଧିକୁ ନେଇ ଗର୍ଜିଲା କଂଗ୍ରେସ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀରେ କେନ୍ଦ୍ର ସରକାରଙ୍କ ଦ୍ବାରା ଇନ୍ଧନ ମୂଲ୍ୟ ବୃଦ୍ଧିକୁ ବିରୋଧ କରୁଛନ୍ତି। ଏହା ସହ ବିଜେପି ନେତୃତ୍ୱାଧୀନ ସରକାରଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି।ଏହା ସହ ନିଜ ଟ୍ବିଟର ମଧ୍ୟ ଏହାକୁ ନେଇ ସେ ଟ୍ବିଟ କରିଛନ୍ତି। ଗତ କିଛି ଦିନ ହେବ ଇନ୍ଧନ ମୂଲ୍ୟରେ ବୃଦ୍ଧି ପାଇବା ପରେ ଶାସକ ଦଳ ବିରୋଧୀଙ୍କର ଆକ୍ରମଣକୁ ଆହୁରି ବୃଦ୍ଧି କରିଛନ୍ତି।ତେବେ ବିଜୟ ଛକ ଠାରେ ଏହି ପ୍ରତିବାଦ ଅନୁଷ୍ଠିତ ହୋଇଯାଇଛି।କଂଗ୍ରେସ ଏହାର ତିନୋଟି ପର୍ଯ୍ୟାୟ ଅଭିଯାନ ଆରମ୍ଭ କରିଛି – ‘ମେହେଙ୍ଗାଇ-ମୁକ୍ତ ଭାରତ ଅଭିଆନ୍’ ଯାହା ଗୁରୁବାର ଠାରୁ ଏପ୍ରିଲ ୭ ପର୍ଯ୍ୟନ୍ତ ଜାରି ରହିବ। “ଗତ ଦଶ ଦିନ ମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ନଅ ଗୁଣ ବୃଦ୍ଧି କରାଯାଇଛି। ବଢ଼ୁଥିବା ମୂଲ୍ୟକୁ ନିୟନ୍ତ୍ରଣକୁ ଆଣିବା ଉଚିତ ବୋଲି କଂଗ୍ରେସ ଦାବି କରୁଛୁ। ଏହି ପ୍ରସଙ୍ଗରେ କଂଗ୍ରେସ ଆଜି ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରୁଛି ବୋଲି ରାହୁଲ ଗଣମାଧ୍ୟମକୁ କହିଛନ୍ତି।
ସେ କହିଛନ୍ତି ଆମେ ପୂର୍ବାନୁମାନ କରିଥିଲୁ ଯେ ପାଞ୍ଚଟି ରାଜ୍ୟରେ ନିର୍ବାଚନ ଶେଷ ହେବା ମାତ୍ରେ ଇନ୍ଧନ ମୂଲ୍ୟ ବୃଦ୍ଧି ପାଇବ। ଆମେ ଦାବି କରୁଛୁ ଯେ ଇନ୍ଧନ ଦର ଫେରସ୍ତ କରାଯାଉ। ସରକାର ବୃଦ୍ଧି ଯୋଗୁଁ ଜନସାଧାରଣ ସମ୍ମୁଖୀନ ହେଉଥିବା ଅସୁବିଧାକୁ ବୁଝଇପାରୁନାହାଁନ୍ତି ବୋଲି କଂଗ୍ରେସ ସାଂସଦ ଅଧୀର ରଂଜନ ଚୌଧୁରୀ କହିଛନ୍ତି। ସୂଚନାମୁତାବକ ଗୁରୁବାର ଦିନ ଭାରତରେ ଆଉଥରେ ପୁଣି ତୈଳଦରରେ ବୃଦ୍ଧି ଘଟିଛି। ୧୦ ଦିନରେ ନବମଥର ପାଇଁ ଦରବୃଦ୍ଧି ହୋଇଛି। ଆଜି ଲିଟର ପିଛା ୮୦ ପଇସା ବୃଦ୍ଧି ପାଇଛି । ଦିଲ୍ଲୀ ବର୍ତ୍ତମାନ ଲିଟର ପିଛା ୧୦୧.୮୧ ରେ ପେଟ୍ରୋଲ ବିକ୍ରି ହେଉଥିବା ବେଳେ ଡିଜେଲ ୯୩.୦୧ରେ ବିକ୍ରି ହେଉଛି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ଅଖିଳେଶ ଯାଦବ ମଧ୍ୟ ବିରୋଧୀଦଳ ନେତା ଯିଏ ଏହି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରିଛନ୍ତି।