ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ବିଜୁ ଜନତା ଦଳର ପଞ୍ଚାୟତ ଓ ପୌର ନିର୍ବାଚନର ବିପୁଳ ବିଜୟ ପରିପ୍ରେକ୍ଷୀରେ ବିଜୁ ଛାତ୍ର ଯୁବ ଜନତା ଦଳର ଧନ୍ୟବାଦ ସଭା ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଆୟୋଜିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆଦେଶ କ୍ରମେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ତତ୍ତ୍ଵାବଧାନରେ ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ପଞ୍ଚାୟତ ଓ ପୌର ନିର୍ବାଚନରେ ବିପୁଳ ବିଜୟ ହାସଲ ପରିପ୍ରେକ୍ଷୀରେ ବିଜୁ ଛାତ୍ର ଯୁବ ଜନତା ଦଳର ସମସ୍ତ କର୍ମକର୍ତ୍ତା ମାନଙ୍କର ଅଦମ୍ୟ ପରିଶ୍ରମ ସହ ଡିଜିଟାଲ କ୍ୟାମ୍ପେନ ମାଧ୍ୟମରେ ସମସ୍ତ ପାର୍ଥି ଙ୍କ ପ୍ରଚାର ପ୍ରସାର ର ସଫଳ ରୂପାୟନ ନିମନ୍ତେ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ବିଜୁ ଜନତା ଦଳ ସପକ୍ଷରେ ସଂଗଠନକୁ ସୁଦୃଢ କରିବା ଦିଗରେ ପରାମର୍ଶ ପ୍ରଦାନ କରାଗଲା ।
ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ଓ ଛାତ୍ର ବ୍ୟାପାର) ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟମୋକେଶ୍ ରାୟ,ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ପ୍ରମୁଖ ଭର୍ଚୁଆଲ୍ ପ୍ଲାଟଫର୍ମ ମାଧ୍ୟମରେ ଯୋଡ଼ି ହୋଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଏହି ଅବସରରେ ବିଜୁ ଯୁବ ଛାତ୍ର ଜନତା ଦଳର ସମସ୍ତ ଜିଲ୍ଲା ସଭାପତି, ସମସ୍ତ ରାଜ୍ୟ କର୍ମକର୍ତ୍ତା ଓ ସମସ୍ତ ବ୍ଲକ୍, ମୁନସିପାଲଟି ଏବଂ ଏନ୍ଏସି ସଭାପତି ସମେତ ସମସ୍ତ ଡିଜିଟାଲ ସେକ୍ରେଟାରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ପ୍ରଣବ ବଳବନ୍ତରାୟ ନିଜ ଅଭିଭାଷଣରେ ଉଲେଖ କରିଥିଲେ ଯେ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୁ ଯୁବ ଛାତ୍ର ଜନତା ଦଳର ପ୍ରତେକ କର୍ମୀ ବିଜୁ ଜନତା ଦଳର ସମସ୍ତ ପାର୍ଥି ନିମନ୍ତେ ଡିଜିଟାଲ କ୍ୟାମେନ୍ ମାଧ୍ୟମରେ ମୁଖ୍ୟ ପୁରୋଧା ଭାବେ ନିଜ କାର୍ଯ୍ୟକୁ ସଫଳତା ର ସହ ସମାପନ କରିଛନ୍ତି ଏହି ବିଜୟ ସମସ୍ତ କର୍ମକର୍ତ୍ତାଙ୍କ ଅଦମ୍ୟ ପରିଶ୍ରମର ବିଜୟ ତତ୍ ସହିତ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ବ୍ୟୋମକେଶ ରାୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ପୌର ଓ ପଞ୍ଚାୟତ ନିର୍ବାଚନ ରେ ସମସ୍ତ କର୍ମକର୍ତ୍ତାଙ୍କ କାର୍ଯ୍ୟକଳାପ ନିହାତି ଭାବେ ପ୍ରଶଂସନୀୟ।ଏହା ସହ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସଭାପତି ଦେବୀ ରଞ୍ଜନ ତ୍ରିପାଠୀ ନିଜ ପ୍ରତିକ୍ରିୟାରେ କହିଛନ୍ତି ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜୁ ଜନତା ଦଳର ପ୍ରତେକ କର୍ମୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମ ଏବଂ ବାର୍ତ୍ତାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ସହ ପଞ୍ଚାୟତ ନିର୍ବାଚନ ରେ ବିଜୁ ଜନତା ଦଳର ସମସ୍ତ ପାର୍ଥୀ ନିମନ୍ତେ ଡିଜିଟାଲ କ୍ୟାମେନ୍ ର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ଏହି ସମସ୍ତ କାର୍ଯ୍ୟକ୍ରମର ସଫଳ ରୂପାୟନ ସହ ସମସ୍ତ କର୍ମକର୍ତ୍ତାଙ୍କ ଅଦମ୍ୟ ପରିଶ୍ରମ ନିଶ୍ଚିତ ଭାବେ ଆଦୃତପୂର୍ଣ୍ଣ ଅଟେ।ଆଗାମୀ ଦିନରେ ବିଜୁ ଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ କରିବା ଦିଗରେ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କ ବ୍ୟାପକ କାର୍ଯ୍ୟ କରିବେ ବୋଲି ମୋର ଦୃଢ ବିଶ୍ବାସ ରହିଛି ବୋଲି ସେ ପ୍ରକାଶ କରିଥିଲେ।