ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ଶିକ୍ଷାକୁ ବର୍ତ୍ତମାନ ଅଧିକ ପ୍ରାଧ୍ୟାନ୍ୟ ଦିଆଯାଉଛି। ରାଜ୍ୟରେ ବର୍ତ୍ତମାନ ୬୯୧ଟି ବେସରକାରୀ ଅନୁଦାନ ପ୍ରାପ୍ତ ହାଇସ୍କୁଲ ରହିଛି। ଏହି ବିଦ୍ୟାଳୟ ମାନଙ୍କରେ ଶିକ୍ଷା ଉପରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା ମଧ୍ୟ କରାଯାଉଛି। ଅଷ୍ଟମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କୁ ମାଗଣା ମଧ୍ୟାହ୍ନ ଭୋଜନ , ମାଗଣା ପାଠ୍ୟପୁସ୍ତକ ,ସ୍କୁଲ ଇଉନିଫର୍ମ ମାଗଣା ରେ ଯୋଗାଇ ଦିଆଯାଉଛି। ବିଦ୍ୟାଳୟରେ ଶିକ୍ଷା ଭିତ୍ତିଭୂମିକୁ ବିକାଶ କରିବା ପାଇଁ ସରକାରର ଲାଇପ୍ରେରୀ ମଧ୍ୟ ପ୍ରଦାନ କରିଛନ୍ତି। ବିଦ୍ୟାଳୟର ଯୋଗ୍ୟ ଛାତ୍ର ଛାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନା ମାଧ୍ୟମରେ ମେଧାବୃତ୍ତି ପ୍ରଦାନ କରାଯାଉଛି। ଏହାସହ ଗଙ୍ଗାଧର ମେହେର ଶିକ୍ଷା ମାନ ବୃତ୍ତି ଯୋଜନା ରେ ବାଇ ସାଇକେଲ ମଧ୍ୟ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ନବମ ଓ ଦଶମ ଶ୍ରେଣୀ ରେ ପାଠ ପଢୁଥିବା ଛାତ୍ର ଛାତ୍ରୀ ଙ୍କୁ ମାଗଣା ପାଠ୍ୟ ପୁସ୍ତକ ପ୍ରଦାନ କରାଯିବା ସହିତ ସେମାନଙ୍କୁ ଟିୟୁସନ୍ ଫି ଛାଡ କରାଯାଇଛି। ଏହାସହ ବିଦ୍ୟାଳୟରେ ଶିକ୍ଷା କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉନ୍ନତ ଶିକ୍ଷା ଦେଇପାରିବେ ସେନେଇ ପ୍ରଶିକ୍ଷଣ ଦିଆଯାଇଛି।ଶିକ୍ଷକ ଅଭାବ ର ସମାଧାନ ପାଇଁ ଆବଶ୍ୟକୀୟ ସ୍ଥଳେ ୪୯୫ଜଣ ଅତିଥି ଶିକ୍ଷକ ନିୟୋଜିତ ହୋଇଛନ୍ତି।
ସରକାରୀ ବିଦ୍ୟାଳୟ ଗୁଡିକାର ସର୍ବାଙ୍ଗୀନ ବିକାଶ କରିବା ପାଇଁ ସରକାର ମୋ ସ୍କୁଲ ନାମକ ଏକ ସ୍ବତନ୍ତ୍ର ଯୋଜନା ପ୍ରଣୟନ କରିଛନ୍ତି। ସରକାର ରାଜ୍ୟରେ ଥିବା ସମସ୍ତ ସରକାରୀ ଅନୁଦାନ ପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ ସ୍କୁଲ ରୂପାନ୍ତରୀକରଣ ଦୁଇବର୍ଷ ମଧ୍ୟରେ ଶେଷ କରାଯିବ। କୋଭିଡ ସମୟରେ ଦୁଇବର୍ଷ ଛାତ୍ର ଛାତ୍ରୀ ଙ୍କ ପାଠପଢା ବିଳମ୍ବ ହୋଇଛି । କୋଭିଡ ପରେ ବିଦ୍ୟାଳୟ ଖୋଲିବା ପୂର୍ବରୁ ଏହାକୁ ବିଶୋଧନ କରିବା ସହ ସାନିଟାଇଜ କରାଯାଇଥିଲା। ପିଲାମାନଙ୍କୁ ଯେପରି ପାଠପଢ଼ାରେ ମନ ଲାଗିବ ସେଲାଗି ବିଦ୍ୟାଳୟ ଖୋଲିବା ପରେ ପିଲା ମାନଙ୍କ ମଧ୍ୟରେ ବିତର୍କ,ପାଠ୍ୟଚକ୍ର,ନାଟକ, ଚିତ୍ରାଙ୍କନ ମଧ୍ୟ କାର୍ଯ୍ୟକ୍ରମ କରାଯାଇଛି। ଏ ଦୁଇ ବର୍ଷ ବ୍ୟବଧାନ ଙ୍କୁ ପୁରାଣ ନିମନ୍ତେ ସ୍ଵତନ୍ତ୍ର ପାଠ୍ୟକ୍ରମ କରାଯିବ। ଏନେଇ ସ୍ଵତନ୍ତ୍ର ବହି କରାଯାଉଛି। ଚଳିତ ବର୍ଷ ଜାରିରହିଛି ଆସନ୍ତା ବର୍ଷ ବି ଏହା କାର୍ଯ୍ୟକାରୀ କରାଯିବ।