ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ବଢ଼ି ଚାଲିଛି ଗ୍ରୀଷ୍ମ ପ୍ରଭାବ। ଏହାକୁ ଦୃଷ୍ଟି ରେ ରଖି ରାଜ୍ୟରେ ବିଦ୍ୟାଳୟ ସମୟ ପରିବର୍ତ୍ତନ କରିଛନ୍ତି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କ ପାଇଁ ସକାଳ ୬.୩୦ ରୁ ୧୦ ଟା ପର୍ଯ୍ୟନ୍ତ ବିଦ୍ୟାଳୟ ର ସମୟ ପରିବର୍ତ୍ତନ କରାଯାଇଛି। ସେହିପରି ଅଷ୍ଟମରୁ ଦଶମ ଶ୍ରେଣୀ ପିଲାମାନଙ୍କ ପାଇଁ ସକାଳ ୭ ଟାରୁ ୧୧ଘଟିକା ପର୍ଯ୍ୟନ୍ତ କ୍ଲାସ ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ। ତେବେ ଆସନ୍ତା ଏପ୍ରିଲ ୨ ତାରିଖ ଠାରୁ ଏହି ନୂତନ ସମୟ ଅନୁସାରେ ବିଦ୍ୟାଳୟ ଖୋଲାଯିବ। ରାଜ୍ୟରେ ପ୍ରାୟ କିଛି ଦିନ ହେବ ତାତି ବଢ଼ୁଛି। କିଛି କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଗଣଶିକ୍ଷା ମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି।