ସନଷ୍ଟାର ଟିଭି ବ୍ୟୁରୋ
ଉଦଳା: ଜବକାର୍ଡ କରେଇ ଦେବି ଏମିତି କହି ଲୋକଙ୍କ ଠାରୁ ମାଗୁଥିଲେ ଲାଞ୍ଚ ଆଉ ଧରା ପଡିଲେ ଭିଜିଲାନ୍ସ ପଞ୍ଝାରେ। ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଜିଆରଏସ୍ । କପ୍ତିପଦା ବ୍ଲକ ଲାବଣ୍ୟଦେଇପୁର ପଂଚାୟତର ଜିଆରଏସ୍ ନିକୁଞ୍ଜ ବିହାରୀ ବିଶ୍ୱାଳ ପଡିଛନ୍ତି ଭିଜିଲାନ୍ସ ଜାଲରେ । ଲାବଣ୍ୟଦେଇପୁର ଗ୍ରାମର ବାବୁ ପାତ୍ରଙ୍କୁ ୧୮ ଜଣ ବ୍ୟକ୍ତିଙ୍କର ଜବ କାର୍ଡ ତିଆରି କରାଇ ଦେବା ନିମନ୍ତେ ଜିଆରଏସ୍ ନିକୁଞ୍ଜ କାର୍ଡ ପିଛା ୩ଶହ ଟଙ୍କା ଲେଖାଏଁ ଲାଞ୍ଚ ମାଗିଥିଲେ । ୩ଶହ ଟଙ୍କା ହିସାବରେ ୫୪୦୦ ଟଙ୍କା ହୋଇଥିବା ବେଳେ ମୁଲଚାଲ ପରେ ୫ ହଜାର ଟଙ୍କାରେ ଛିଣ୍ଡିଥିଲା । ପୂର୍ବରୁ ୫ଶହ ଟଙ୍କା ଜିଆରଏସ୍ ନେଇ ସାରିଥିବା ବେଳେ ଆଜି ବାକି ଟଙ୍କା ଦେବା ପାଇଁ ବାବୁ ପାତ୍ର ଜିଆରଏସ୍ଙ୍କ ନିକଟରେ ପହଂଚିଥିଲେ । ଜିଆରଏସ୍ ତାଙ୍କ କାର ଭିତରେ ପଶି ଟଙ୍କା ନେଉଥିବା ବେଳେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ତାଙ୍କୁ ଟଙ୍କା ସହିତ ମାଡି ବସିଥିଲା । ତାଙ୍କ ନିକଟରୁ ନଗଦ ସାଢେ ୪ ହଜାର ଟଙ୍କା ଜବତ କରିବା ସହିତ କାରକୁ ମଧ୍ୟ ଭିଜିଲାନ୍ସ ଜବତ କରିଛି ।( ରିର୍ପୋଟ:ଆଲୋକ କୁମାର ବେହେରା )