ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ତୈଳ ସଂସ୍ଥା ଗୁଡିକ ପେଟ୍ରୋଲ ଓ ଡିଜେଲ ଦରକୁ ପୁଣି ଆଉଥରେ ବୃଦ୍ଧି କରିଛନ୍ତି । ଭୁବନେଶ୍ଵରରେ ପେଟ୍ରୋଲ ଉପରେ ୮୫ ପଇସା ଦର ବୃଦ୍ଧି ହୋଇଥିବା ବେଳେ ଡିଜେଲ ଉପରେ ୭୪ ପଇସା ବଢ଼ିଛି । ବର୍ଦ୍ଧିତ ଦର ଲାଗୁ ହେବା ଦ୍ଵାରା ରାଜଧାନୀରେ ପେଟ୍ରୋଲ ଲିଟର ପିଛା ଦର ୧୦୭ ଟଙ୍କା ଏବଂ ଡିଜେଲ ଲିଟର ପିଛା ଦର ୯୬ , ୮୩ ଟଙ୍କାରେ ପହଞ୍ଚିଛି । ଦେଶରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଚାଲୁରହିଥିବାରୁ ତୈଳଦର ସ୍ଥିର ଥିଲା କିନ୍ତୁ ଏବେ ତୈଳ ଦର ବୃଦ୍ଧିରେ ଯେପରି ବ୍ରେକ ଲାଗୁ ନାହିଁ। କେବଳ ରାଜ୍ୟରେ ନୁହେଁ ସାରା ଦେଶରେ ଏହି ତୈଳଦର ବୃଦ୍ଧି ପାଇଁ ଲୋକେ ବହୁ ଅସ୍ତବ୍ୟସ୍ତ ହେଉଛନ୍ତି। ସୂଚନାମୁତାବକ ମାର୍ଚ୍ଚ ୨୨ରୁ ତୈଳ ଦର ବଢିଚାଲିଛି। ୮ ଦିନରେ ମୋଟ ୭ ଥର ତୈଳଦର ବୃଦ୍ଧି ପାଇଛି । ଏହି ୮ ଦିନରେ ଭୁବନେଶ୍ୱରରେ ପେଟ୍ରୋଲ ଲିଟରରେ ୫.୧୩ ଟଙ୍କା ଓ ଡିଜେଲରେ ୫.୦୯ଟଙ୍କା ବୃଦ୍ଧି ପାଇଛି।