ସନଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର ; ଆଜି ଭାରତ ବନ୍ଦ, ଦେଶର ଜନ ବିରୋଧୀ ଅର୍ଥନୀତି, ଶ୍ରମିକ ବିରୋଧୀ ନୀତିକୁ ଦାୟୀ କରି ଟ୍ରେଡ ୟୁନିୟନ ଏହି ବନ୍ଦ ଡାକରା ଦେଇଛି, ତେବେ ଆସନ୍ତା କାଲି ମଧ୍ୟ ଏହା ଜାରି ରହିବ, ଏହି ବନ୍ଦ ପ୍ରଭାବରେ ଜରୁରୀ ସେବା ଯେମିତିକି ବ୍ୟାଙ୍କ, ପରିବହନ, ରେଳ ସେବା ଆଦି ପ୍ରଭାବିତ ହୋଇଛି, ଅନ୍ୟପଟେ ଏହି ବନ୍ଦ ଡାକରାକୁ ବ୍ୟାଙ୍କ, ଟେଲିକମ ସଂଘ ଆଦି ଅନେକ ସଂଗଠନ ସମର୍ଥନ କରିଛନ୍ତି

ଏହି ବିରୋଧର ପ୍ରଭାବ ଗାଁ ରେ ମଧ୍ୟ ପଡିଛି, ଶ୍ରମିକ ସଂଘ କେନ୍ଦ୍ର ସରକାରଙ୍କ ଶ୍ରମିକ ନୀତି, ଘରୋଇକରଣ ଆଦିକୁ ବିରୋଧ କରିଛନ୍ତି , ସେହିଭଳି ବ୍ୟାଙ୍କମାନେ ଘରୋଇ କରଣକୁ ବିରୋଧ କରି ଏହି ବନ୍ଦ ଡାକରାରେ ସାମିଲ ହୋଇଛନ୍ତି, ବନ୍ଦ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ଶିକ୍ଷାନୁଷ୍ଠାନରେ ହେବାକୁ ଥିବା ପରୀକ୍ଷା ବାତିଲ ହୋଇଛି