ସନଷ୍ଟାର ଟିଭି ବ୍ୟୁରୋ

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ଯେପରି ବିଜେଡି ବିପୁଳ ମାତ୍ରାରେ ବିଜୟ ହୋଇଥିଲା ସେହି ପରି ପୌରରେ ମଧ୍ୟ ହୋଇଛି। ଜନସର୍ମଥନ ବିଜେଡିକୁ ହିଁ ମିଳିଛି। ବିପୁଳ ମାତ୍ରାରେ ଜନତା ବିଜେଡିକୁ ପସନ୍ଦ କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେଇ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାଇଛନ୍ତି। ତେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଟ୍ବିଟ କରିଛନ୍ତି।